କୃଷକ ଆନ୍ଦୋଳନକୁ ପୂରିଲା ୧୧ ମାସ: ଦେଶବ୍ୟାପୀ ବିକ୍ଷୋଭ, ଜାଣନ୍ତୁ କିସାନ ମୋର୍ଚ୍ଚାର ଯୋଜନା କ’ଣ?

Published By : Prameya-News7 Bureau | October 26, 2021 IST

ନୂଆଦିଲ୍ଲୀ ୨୬/୧୦: କୃଷି ଆଇନ ରଦ୍ଦ ଦାବିରେ ଗତ ୧୧ ମାସ ଧରି ଧର୍ମଘଟରେ ଥିବା କୃଷକମାନେ ଆଜି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବେ । କୃଷକ ସଂଗଠନ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ପକ୍ଷରୁ ଏହି ଅବସରରେ ସକାଳ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ଏହି ପ୍ରଦର୍ଶନ ସମୟରେ ଲକ୍ଷ୍ମୀପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ପିତା ଅଜୟ ମିଶ୍ରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରାଯିବ । ସେମାନେ ଅଜୟ ମିଶ୍ରଙ୍କୁ ଗିରଫ କରିବା ଏବଂ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ଦାବି କରି ଦେଶର ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହି ଦାବିଗୁଡିକ ସମ୍ପର୍କରେ କିସାନ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଏକ ସ୍ମାରକପତ୍ର ପଠାଯିବ।

ରାଷ୍ଟ୍ରପତି କୋବିନ୍ଦଙ୍କୁ ଦିଆଯିବାକୁ ଥିବା ସ୍ମାରକପତ୍ରରେ କୁହାଯାଇଛି ଯେ ୩ ଅକ୍ଟୋବର ୨୦୨୧ରେ ଘଟିଥିବା ଲଖୀମପୁର ଖେରୀ କୃଷକ ହତ୍ୟାକାଣ୍ଡରେ ତଦନ୍ତ ପ୍ରକ୍ରିୟା କିପରି ଚାଲିଛି ତାହା ସମଗ୍ର ଦେଶରେ ନିରାଶଭାବ ସୃଷ୍ଟି କରିଛି । ଏହି ଘଟଣା ସମ୍ପର୍କରେ ସୁପ୍ରିମକୋର୍ଟ ପୂର୍ବରୁ ଅନେକ ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି । ଏହା ବ୍ୟତୀତ ସ୍ମାରକପତ୍ରରେ ଲେଖାଇଛି ଯେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଘଟଣାରେ କେନ୍ଦ୍ର ସରକାରଙ୍କ ନୈତିକତା ଅଭାବ ଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.