ମାର୍ଚ୍ଚ ୨୬ରେ କୃଷକ ସଂଗଠନର ଭାରତ ବନ୍ଦ ଡାକରା, ଆନ୍ଦୋଳନକୁ ପୁରିବ ୪ ମାସ

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ ୧୦।୦୩: କେନ୍ଦ୍ର ସରକାରଙ୍କ ତିନି ନୂତନ କୃଷି ଆଇନ୍ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ ଗତ ୧୦୦ରୁ ଅଧିକ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ହଜାର ସଂଖ୍ୟକ କୃଷକ ଏମଏସପି ଉପରେ ସ୍ଵତନ୍ତ୍ର ଆଇନ ଆଣିବା ଏବଂ ତିନି କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି। ମାର୍ଚ୍ଚ ୨୬ରେ କୃଷକଙ୍କ ଆନ୍ଦୋଳନକୁ ଚାରି ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ମାର୍ଚ୍ଚ ୨୬ରେ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି।

ଏହା ପୂର୍ବରୁ କୃଷକ ସଂଗଠନ ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ଶୋଭାଯାତ୍ରା କରିଥିଲ। ଏହି ରାଲିରେ ରାଜଧାନୀରେ ହିଂସାକାଣ୍ଡ ହୋଇଥିଲା। କିଷାନ ୟୁନିୟନର ନେତା ରାକେଶ ଟିକାୟତ ଆଗାମୀ ମାର୍ଚ୍ଚ ୧୬ରେ କୋଲକାତା ଯିବାକୁ ଘୋଷଣା କରିଛନ୍ତି। ଏହି ଗସ୍ତରେ ସେ ପଶ୍ଚିମବଙ୍ଗ କୃଷକଙ୍କ ସହ ଆଲୋଚନା କରି ବିଜେପିକୁ ପରାଜିତ କରିବାକୁ ଆହ୍ଵାନ କରିବେ। କିନ୍ତୁ ସେ କୌଣସି ରାଜନୈତିକ ଦଳକୁ ସମର୍ଥନ କରିବେ ନାହିଁ।

ସୂଚନାଯୋଗ୍ୟ, କୃଷକ ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟରେ ଗତ କିଛି ମାସରେ ୧୦ରୁ ଅଧିକ ପର୍ଯ୍ୟାୟରେ ଆଲୋଚନା ହୋଇ ସାରିଛି। ହେଲେ ଉଭୟ ପକ୍ଷ ମଧ୍ୟରେ ଅଦ୍ୟାବଧି କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ।  କୃଷକ ସଂଗଠନ ନିଜର ଆନ୍ଦୋଳନକୁ ଆହୁରି ଶାଣିତ କରିବା ପାଇଁ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.