ପାଟଣା୨୫/୧: ରାଜ ରାସ୍ତାରେ ଚାଷୀ। କଷ୍ଟ ଉପାର୍ଜିତ ଧାନକୁ ସରକାରୀ ଦରରେ ମଣ୍ଡିରେ ବିକ୍ରି କରିବାରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଏ ନେଇ କେନ୍ଦୁଝର ୪୯ତମ ନମ୍ବର ଜାତୀୟ ରାଜପଥରେ ପାଟଣା ବ୍ଲକର ଚାଷୀମାନେ ଧାରଣାରେ ବସିଛନ୍ତି। ବାଉଁଶୁଳି ଛକ ନିକଟରେ ଚାଷୀମାନେ ଏକଜୁଟ ହୋଇ ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଯାତୟାତରେ ବାଧାପ୍ରାପ୍ତ ହୋଇଛି।
ଚାଷୀଙ୍କ ଅଭିଯୋଗ ଅନୁସାରେ ସୋମବାର ରାଜନଗର ଲ୍ୟାମ୍ପ ଅଧିନ ଯମୁନାପଶି ଲ୍ୟାମ୍ପରେ ଧାନ ବିକ୍ରି କରିବାକୁ ଆଖପାଖ ଅଞ୍ଚଳର ଶତାଧିକ ଚାଷୀ ନିଜ ନିଜର ଧାନକୁ ବିକ୍ରି କରିବାକୁ ଆସିଥିଲେ। ଏମ୍,ଡି ଧାନ କିଣିବାରେ ପାତର ଅନ୍ତର କରିବାରୁ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି କିଛି ଚାଷୀ। ସେଥିପାଇଁ ଉତ୍ତ୍ୟକ୍ତ ଚାଷୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ସମସ୍ୟାର ସମାଧାନ ନହେଲେ ରାଜ ରାସ୍ତାରୁ ଉଠିବେ ନାହିଁ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଜାତୀୟ ରାଜପଥରେ ଶହ ଶହ ଗାଡି ମୋଟର ସହ ଯାତ୍ରୀବାହୀ ବସ ଅଟକି ରହିଛି।