ଚାଷୀଙ୍କୁ ବୀମା କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର ; ଫସଲ ଉଜୁଡିବାର ୬ମାସ ପରେ ବି ମିଳୁନି ବୀମା ରାଶି

Published By : Prameya-News7 Bureau | February 05, 2019 IST

କେନ୍ଦ୍ରାପଡା ୫|୧: ପେଟରୁ କାଟି ବୀମା କମ୍ପାନୀକୁ ଦେଇଥିଲେ ପ୍ରିମିୟମ ରାଶି । ଫସଲ ଉଜୁଡି ଗଲେ ହାତକୁ ଦି' ପଇସା ଆସିବ ବୋଲି ଆଶା ଥିଲା ।ହେଲେ ବୀମା ରାଶି ନପାଇ ହତାଶ କେନ୍ଦ୍ରାପଡ଼ା ଜଜାଙ୍ଗ ଗାଁର ଚାଷୀ । ଧାର କରଜ କରି ଚାଷରେ ମାଡ଼ିଥିବା ଚାଷୀ ଏବେ କରିବ କଣ ?  

{"id":82160}

ବାତ୍ୟା, ବନ୍ୟା ପରି ପ୍ରାକୃତିକ ଦୁର୍ବିପାକରେ ଚାଷ ଉଜୁଡି ଗଲେ ଚିନ୍ତା ନାହିଁ। ବୀମା କମ୍ପାନୀ କ୍ଷତି ଭରଣା କରିବ ।  ଏମିତି କିଛି ପ୍ରତିଶ୍ରୁତି ମିଳିଥିଲା କେନ୍ଦ୍ରାପଡା ଜଜାଙ୍ଗ ଗାଁର ଚାଷୀଙ୍କୁ । ପ୍ରତିଶ୍ରୁତି ଦେଇଥିଲା ଖୋଦ୍ ବୀମା କମ୍ପାନୀ । ତେଣୁ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ହେବା ପାଇଁ ପେଟରୁ କାଟି ପ୍ରମିୟମ୍ ଭରିଥିଲେ ଚାଷୀମାନେ ।

{"id":82161}

କିନ୍ତୁ ଫସଲ ଉଜୁଡି ଯିବାର ୟା ଭିତରେ ୬ ମାସ ବିତିଯାଇଛି । ହେଲେ ବୀମା ରାଶି ମିଳୁନି । ଲଗାଣ ବର୍ଷା, ତିତଲି ସବୁ ସାରିଦେଲା ।ବୀମା ରାଶି ଆଶାରେ ଦମ୍ଭ ଧରିଥିଲା ଚାଷୀ । ହେଲେ ସେତକ ମିଳୁନଥିବାରୁ ଧାର କରଜ କରିଥିବା ଚାଷୀ ଏବେ ଚିନ୍ତାରେ ।

{"id":82162}

‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ରେ ସାମିଲ୍ ହେବା ପାଇଁ ସ୍ଥାନୀୟ କପାଳେଶ୍ବର ପଂଚାୟତର 'କୃଷକ ସାଥୀ' ହରେକୃଷ୍ଣ ବେହେରା ଚାଷୀମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ତେଣୁ ଏବେ ରାତି ପାହିଲେ ଗଁ।ର ଚାଷୀମାନେ ହରେକୃଷ୍ଣଙ୍କ ଘର ଆଗରେ ଭିଡ କରୁଛନ୍ତି ।

{"id":82163}

ଅନ୍ୟପକ୍ଷରେ ଚାଷୀମାନଙ୍କ ହକ୍ ପାଇଁ ବିଭିନ୍ନ ସରକାରୀ ଅଫିସକୁ ଧାଇଁ ଧାଇଁ ନୟାନ୍ତ କୃଷକ ସାଥୀ ହରେକୃଷ୍ଣ । ସେପଟେ ଫସଲ ଉଜୁଡି ଯିବା ପରେ ସରକାରୀ ବାବୁମାନେ ବିଭିନ୍ନ ପର୍ଯ୍ୟାୟରେ ବିଲ ମୁଣ୍ଡରେ ପହଞ୍ଚି ଆକଳନ କରିଛନ୍ତି । ପ୍ରତିଥର ଚାଷୀକୁ କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ମିଳିଛି । କିନ୍ତୁ ବୀମା ରାଶିର ଦେଖା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.