Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା

18/10/2021 at 9:16 AM

ଲକ୍ଷ୍ନୌ ୧୮/୧୦: କଳେ ବଳେ କୌଶଳେ କୃଷକ ଆନ୍ଦୋଳନକୁ ଦମନ କରିବାକୁ ଚାହୁଁଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ଆଜି ହେବାକୁ ଥିବା କୃଷକଙ୍କ ରେଳରୋକ ପାଇଁ ରାଜଧାନୀ ଲକ୍ଷ୍ନୌରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ଧାରା ଅନୁସାରେ କୌଣସି ଲୋକଙ୍କ ଭିଡ଼ ଜମାଇ ପାରିବେ ନାହିଁ । ଲକ୍ଷ୍ମୀପୁର ଖେଡ଼ି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗିରଫ ଦାବି କରି ଆଜି କୃଷକମାନେ ରେଳ ରୋକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କୃଷକ ସଂଗଠନର ନେତୃତ୍ୱ ନେଉଥିବା ମିଳିତ କୃଷକ ମୋର୍ଚ୍ଚା(ଏସ୍କେଏମ୍) ପକ୍ଷରୁ ଏହି ରେଳ ରୋକ ଡକାର ଦିଆଯାଇଛି । କେନ୍ଦ୍ର କୃଷି ଆଇନକୁ ବିରୋଧ କରିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଗିରଫ ଦାବି କରି ଆଜି ୬ ଘଣ୍ଟା ପାଇଁ ରେଳରୋକ ଡକାର ଦିଆଯାଇଛି। ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳ ରୋକ କରାଯିବ ବୋଲି ଏସ୍ କେ ଏମ୍ କହିଛି। ସେପଟେ ଲକ୍ଷ୍ନୌ ପୋଲିସ କମିଶନର ୧୪୪ ଧାରା ଜାରି ହେବା ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଯେଉଁମାନେ ଦେଶ ବିରୋଧୀ କାର୍ଯ୍ୟକଳାପ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲକ୍ଷ୍ନୌର କୃଷକ ନେତାଙ୍କ ଘରେ ପୁଲିସମାନେ ମୁତୟନ କରାଯାଇଛି। ଯଦି କେହି ଶାନ୍ତି ଭଙ୍ଗ କରନ୍ତି ତେବେ ଜାତୀୟ ସୁରକ୍ଷା ଆଇନକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଲକ୍ଷ୍ନୌ ପୋଲିସ କହିଛି।

   Related Posts