ଆମେରିକାରେ ଚାଷୀମାନେ ଗାଈ ପେଟରେ କରିଥାଆନ୍ତି କଣା : ଜାଣନ୍ତୁ କାରଣ

Published By : Prameya-News7 Bureau | June 29, 2019 IST

ଆମେରିକା ବ୍ୟତୀତ ବହୁତ ଦେଶରେ ଗାଈ ପେଟରେ କଣା କରାଯାଏ ଏବଂ ଗାଈ ବିନା ସମସ୍ୟାରେ ଏହି କଣା ସହ ରହିଥାଏ। ଏହା ଶୁଣିବା ପାଇଁ ଡର ଲାଗୁଥାଇପାରେ କିନ୍ତୁ ଏହା ସେତେ ବଡ଼ କଥା ନୁହେଁ।

{"id":128449}

ପୋର୍ଟିଆ ଟଫ୍ଟସ୍ ବିଶ୍ବବିଦ୍ୟାଳୟରେ ଏକ ଗାଈ ରହିଛି। ଏହି ଗାଈ ୨୦୦୨ମସିହାରୁ ନିଜ ପେଟରେ ଏକ ବଡ଼ ଛିଦ୍ର ସହ ଜୀବିତ ରହିଛି। ଏହି କଣାକୁ ଏଥିପାଇଁ କରାଯାଇଥିଲା ଯାହା ଦ୍ବାରା ବୈଜ୍ଞାନିକ ଗାଈର ପାଚନ ତନ୍ତ୍ରର ଅଧ୍ୟୟନ କରି ପାରିବେ।

{"id":128450}

ଏହା ବ୍ୟତୀତ ଆମେରିକାରେ ଅଧିକାଂଶ ଚାଷୀ ଗାଈ ପେଟରେ କଣା କରିଥାଆନ୍ତି। ଆମେରିକାରେ ଚାଷୀ ଗାଈ ପେଟକୁ ସଫା କରିବା ପାଇଁ ଏପରି କରିଥାଆନ୍ତି। କାରଣ ଚାଷୀ ଗାଈକୁ ଚରିବା ପାଇଁ ଛାଡ଼ି ଦେଇଥାଏ। ଅନେକ ଥର ଗାଈ ପ୍ଲାଷ୍ଟିକ୍ ପଲିଥିନ୍ ଖାଇଯାଇଥାଏ ଯାହା ଫଳରେ ତାକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ସେତେବେଳେ ଏହି କଣାରେ ହାତ ପୂରାଇ ତାଙ୍କ ପେଟ ସଫା କରାଯାଇଥାଏ।

{"id":128451}
{"id":128452}

ଏହି କଣାରେ ପ୍ଲାଷ୍ଟିକର ଢ଼ାଙ୍କୁଣୀ ଭଳି ଲାଗିଥାଏ ଯାହାକୁ ଖୋଲି ସଫା କରାଯାଇଥାଏ।

ଆମେରିକାରେ ଛିଦ୍ର ସର୍ଜରୀ ସମୟରେ ଗାଈ ପେଟରେ ଛିଦ୍ର କରାଯାଇଥାଏ। ଅପରେସନରେ ଗାଈକୁ ଆଘାତ ଲାଗିନଥାଏ ଏବଂ ଗାଈର ଜୀବନକାଳକୁ ମଧ୍ୟ ଏହା ପ୍ରଭାବିତ କରିନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.