Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଆସୁନି ଟାର୍ଗେଟ୍ ଖୋଲୁନି ମଣ୍ଡି : ସମବାୟ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

12/03/2021 at 1:58 PM

ଖୋର୍ଦ୍ଧା ୧୨।୩: ଆସୁନି ଟାର୍ଗେଟ୍ ଖୋଲୁନି ମଣ୍ଡି । ଆଉ ଏ ଭିତରେ ଦହଗଞ୍ଜ ହେଉଛନ୍ତି ଚାଷୀ । ନିଜ କଷ୍ଟ ଅର୍ଜିତ ଫସଲକୁ ସରକାର ଖୋଲିଥିବା ମଣ୍ଡିରେ ବିକି ନପାରି  ବାଧ୍ୟ ହୋଇ ଚାଷୀମାନେ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ବଡବେରଣା ସେବା ସମବାୟ ସମିତିର ଚାଷୀମାନେ ଟୋକାନ ଥାଇ ମଧ୍ୟ ଟାର୍ଗେଟ ଆସୁନଥିବା କାରଣରୁ ସରକାରଙ୍କୁ ଧାନ ବିକ୍ରି କରିନପାରି ସମବାୟ ସମିତି କାର୍ଯ୍ୟାଳୟକୁ ତାଲା ପକାଇ ଆନ୍ଦୋଳନ କରିଥିବା ଦେଖାଦେଇଛି ।

ଚାଷୀମାନେ ଏସମ୍ପର୍କରେ ବାରମ୍ବାର ଯୋଗାଣ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଜଣାଇ ନିରାଶ ହେବାପରେ ଏପରି କରିଥିବା ଜଣାପଡ଼ିଛି । ସମିତିରେ ମୋଟ୍ ୫୪୯ ଚାଷୀ ପଞ୍ଜିକରଣ କରିଥିବା ବେଳେ ୧୨୯ ଚାଷୀ ଏବେବି ଧାନ ବିକି ନଥିବା ଅଭିଯୋଗ ହୋଇଛି । ସେହିପରି ଧାନ ସରକାର ନକିଣିଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ ।

   Related Posts