ଧାନ ବିକ୍ରି ନହେବା ପ୍ରତିବାଦ : ସେବା ସମବାୟ ସମିତିରେ ତାଲା ପକାଇ ସମ୍ପାଦକଙ୍କୁ ୨ ଘଣ୍ଟା ଅଟକ ରଖିଲେ ଚାଷୀ

Published By : Prameya-News7 Bureau | March 01, 2021 IST

ଆନନ୍ଦପୁର ୧।୩: ଧାନ ବିକ୍ରି ନହେବା ପ୍ରତିବାଦରେ ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ । ସମ୍ପାଦକଙ୍କୁ ୨ ଘଣ୍ଟା ଅଟକ ରଖିଲେ ।

ସୂଚନାଯୋଗ୍ୟ ଯେ, ଘସିପୁରା ବ୍ଲକ୍ ଅଳତୀ ସେବା ସମବାୟ ସମିତିଠାରେ ସମ୍ପାଦକଙ୍କୁ ଅଫିସ ଗୃହରେ ତାଲା ପକାଇଛନ୍ତି ଚାଷୀ । ଟୋକନ ପାଇ ମଧ୍ୟ ଚାଷୀମାନେ ଧାନ ବିକ୍ରି କରିବାରୁ ବଞ୍ଚିତ ଥିବାରୁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଚାଷୀ । ସମବାୟ ସମିତି ଅଧିନ ପଞ୍ଜିକୃତ ୭୭୧ ମଧ୍ୟରୁ ୬୩ଜଣ ଚାଷୀ ଗତ ମାସ ୧ ତାରିଖରେ ଟୋକନ ପାଇଥିଲେ । ତେବେ ସୋମବାର ସଂପୃକ୍ତ ଚାଷୀଙ୍କର ଧାନ ଦେବାର ଶେଷ ଦିନ ରହିଥିବାବେଳେ ଧାନ ରଖିବାକୁ ବାରଣ କରିଥିଲେ ସମ୍ପାଦକ । ଫଳରେ ଟୋକନ ଲ୍ୟାପ୍ସ ହୋଇଥିବା ହେତୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସେପଟେ ଏନେଇ ସୋସାଇଟି ସେକ୍ରେଟାରୀଙ୍କୁ ପଚାରିବାରୁ ସରକାରଙ୍କ ତରଫରୁ ର୍ଟାଗେଟ ନଥିବାରୁ ଏଭଳି ସମସ୍ୟା ହୋଇଥିବା କହିଛନ୍ତି । ପରେ ସମ୍ପାଦକ ଏ ବାବଦରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିବାରୁ ସନ୍ଧ୍ୟା ସୁଦ୍ଧା ର୍ଟାଗେଟ୍ ଦିଆଯିବାର ପ୍ରତିଶ୍ରୁତି ମିଳିବାରୁ ଶାନ୍ତ ପଡିଥିଲେ ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.