ଦିଲ୍ଲୀ କିଷାନ ଆନ୍ଦୋଳନ: କୃଷକନେତାଙ୍କୁ ମିଳିଲାଣି ହତ୍ୟାଧମକ, କଲ ରେର୍ଡିଂ ପୋଲିସକୁ ଦେଲେ ରାକେଶ ଟିକୈତ
26/12/2020 at 10:39 PM

ନୂଆଦିଲ୍ଲୀ ୨୬।୧୨: ଦିଲ୍ଲୀ ଚାଷୀ ଆନ୍ଦୋଳନ ଯେତିକି ଦିନ ବିତିବାରେ ଲାଗିଛି ଉଭୟ ସରକାର ଓ କୃଷକନେତାଙ୍କ ଉପରେ ଚାପ ସେତିକି ବଢିବାରେ ଲାଗିଛି। କ୍ରମଶଃ ଆନ୍ଦୋଳନର ନେତାମାନେ ଏବେ ଉଗ୍ର ହେବାରେ ଲାଗିଥିବା ବେଳେ ସରକାରଙ୍କୁ ସିଧା ଆଲୋଚନାକୁ ଆସ ଓ ଆଇନ ପ୍ରତ୍ୟାହାର ଘୋଷଣା କର ଆମେ ଘରକୁ ଫେରିବୁ ବୋଲି ଆହ୍ୱାନ ଦେଲେଣି। ଏଥିରେ ଏପରି ନେତାଙ୍କୁ ଏବେ ଫୋନରେ ହତ୍ୟା ଧମକ ମିଳୁଥିବାର ସମାନେ ଅଭିଯୋଗ କରିବା ନୂଆ ସମସ୍ୟା ସୃଷ୍ଟି କରିଛି।
ଭାରତୀୟ କିଷାନ ୟୁନିୟନ(ବିକେୟୁ) ମୁଖପାତ୍ର ରାକେଶ ଟିକୈତଙ୍କୁ ଶନିବାର ତାଙ୍କ ଫୋନରେ କେହି ହତ୍ୟା ଧମକଦେଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ହତିୟାରରେ ହତ୍ୟା କରିବ ବୋଲି ହତ୍ୟାକାରୀ କହିଛି। ଏବାବଦେ ଟେଲିଫୋନର ଟିକୈତ କଲ ରେକର୍ଡିଂ କରିଥିବା ବେଳେ ଏହା ତାଙ୍କୁ ବିହାରରୁ ମିଳିଥିବାର ସେ କହିଛନ୍ତି। ତେବେ କେଉଁଠୁ କିଏ ତାଙ୍କୁ ହତ୍ୟା ଧମକ ଦେଇଛି ସେ ସଠିକ ଜାଣିନଥିବା ବେଳେ କଲ ଲେକର୍ଡିଂ ସମେତ ଅଭିଯୋଗ ପୋଲିସ କ୍ୟାପ୍ଟେନଙ୍କୁ ଦେଇଥିବାର କହିଛନ୍ତି।
ଦେଶରେ ଚାଷୀ ଆନ୍ଦୋଳନ ଶନିବାର ୨୩ ତମ ଦିନରେ ପହଞ୍ଚିଛି। ଚାଷୀମାନେ ସରକାରଙ୍କ ସହ ଆଲୋଚନା ଲାଗି ପ୍ରସ୍ତୁତି କରୁଛନ୍ତି। ଏଥିଲାଗି ସେମାନେ ଡିସେମ୍ବର ୨୯ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ତେବେ ଚାଷୀଙ୍କ ଅନୁସାରେ ସରକାର ପ୍ରସ୍ତୁତ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ତେବେ ହତ୍ୟା ଧମକ ମିଳିବା ଏବେ କୃଷକନେତାଙ୍କୁ ଚିନ୍ତାରେ ପକାଇଛି।