ମାନ କରିଛି ମୌସୁମୀ : ଜୁଲାଇ ୪ ଭିତରେ ବର୍ଷା ନ ହେଲେ ଜଟିଳ ହେବ ସ୍ଥିତି, ଗଜାମରୁଡି ଆଶଙ୍କାରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

Published By : Prameya-News7 Bureau | June 27, 2020 IST

ଯାଜପୁର ୨୭/୦୬ : ମୌସୁମୀ ମାନ କଲାଣି। ଲୁଚୁକାଳି ଖେଳିଲାଣି। ପଶ୍ଚିମ ଓ ଉତ୍ତର ଓଡିଶାରେ ଅଧିକ ବର୍ଷା ହୋଇଥିବାବେଳେ ଉପକୂଳ ଓଡିଶାରେ ବର୍ଷା ନାହିଁ। ଯେଉଁଥିପାଈଁ ଉପକୂଳ ଓଡିଶାରେ ୭ ଜିଲ୍ଲାକୁ ବିପଦ ଦେଖାଦେଲାଣି । ବିଲରେ ପାଣି ନଥିବାରୁ ଗଜାମରୁଡି ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏପଟେ କୃଷି ବିଶେଷଜ୍ଞ କହିଛନ୍ତି ଜୁଲାଇ ୪ତାରିଖ ଭିତରେ ବର୍ଷା ନହେଲେ ସ୍ଥିତି ଜଟିଳ ହେବ

{"id":292496,"sizeSlug":"large"}

ଉପକୂଳର ୭ ଜିଲ୍ଲାରେ ଗଜା ମରୁଡି ଆଶଙ୍କା । ବର୍ଷା ନାହିଁ , ତଳି ପୋଡି ଗଲାଣି। ବିଶେଷ କରି ଉପକୂଳ ଜିଲ୍ଲାର ବାଲେଶ୍ବର, କେନ୍ଦ୍ରପଡା, ଜଗତସିଂହପୁର, ଯାଜପୁର, କଟକ , ପୁରୀ ଓ ଖୋର୍ଧା ଜିଲ୍ଲାରେ ସ୍ଥିତି ଖରାପ । ଜୁନ ମାସରେ ଯେତିକି ବର୍ଷା ହେବା କଥା ତାର ଏକ ତୃତୀୟାଂଶ ବର୍ଷା ହୋଇଛି। ଚାଷୀ ପକାଇଥିବା ତଳି ପ୍ରଚଣ୍ଡ ଖରାରେ ପୋଡିଗଲାଣି।  ବର୍ଷା ନଥିବାରୁ ବିଲରେ ତଳି ରୋଇବା ପାଇଁ ପାଣି ନାହିଁ। । ତେଣୁ ମୁଣ୍ଡରେ ଚାଷୀ ହାତଦେଇ ବସିଛି । ​ ଜୁଲାଇ ୪ ତାରିଖ ଭିତରେ ବର୍ଷା ନ ହେଲେ ସ୍ଥିତି ଜଟିଳ ହେବ ବୋଲି କୃଷି ବିଶେଷଜ୍ଞ କହିଲେଣି ।

{"id":292497,"sizeSlug":"large"}

ଏପଟେ ପାଣିପାଗ ବିଭାଗ କହିବା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କାଳବୈଶାଖୀ ବର୍ଷା ହୋଇଛି। ଆଗକୁ ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ଠିକ ସମୟରେ ରାଜ୍ୟରେ ମୌସୁମୀ ଛୁଇଁଛି । ହେଲେ  ସବୁଠି ସମାନ ଧରଣର ବର୍ଷା ହୋଇନି । କେବଳ ଦକ୍ଷିଣ ଓ ଉତ୍ତର ଓଡିଶାରେ ଆବଶ୍ୟକତାଠାରୁ ଅଧିକ ବର୍ଷା ହୋଇଛି । ବିଶେଷ କରି ସମ୍ବଲପୁର, ତାଳଚେର ଏବଂ କେନ୍ଦୁଝରରେ ଅଧିକ ବର୍ଷା ହୋଇଛି। ପାଣିପଗ ବିଭାଗ ସୂଚନା​‌ ଅନୁସାରେ ରାଜ୍ୟରେ ଜୁନ ମାସରେ ୧୭ପ୍ରତିଶତ ଅଧିକ ଅର୍ଥାତ୍‌ ୨୧୭ ମିଲିମିଟର ବର୍ଷା ହେବା କଥା । ବର୍ତ୍ତମାନ ସୁଦ୍ଧା ୧୮୬ ମିଲିମିଟର ବର୍ଷା ହୋଇଛି।

{"id":292498,"sizeSlug":"large"}

୯ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ​‌ବେଳେ ୧୧ଟି ଜିଲ୍ଲାରେ ସାଧାରଣ ବର୍ଷା ହୋଇଛି । ଉପକୂଳର ୭ଟି ଜିଲ୍ଲାରେ ଆବଶ୍ୟକତାଠାରୁ କମ ବର୍ଷା ହୋଇଛି ।….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.