ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚାଷୀ ହତାଶ

Published By : Prameya-News7 Bureau | September 08, 2018 IST

ଜଗତସିଂହପୁର ୮|୯: ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀ ମାନଙ୍କୁ ବେହାଲ କରି ପକାଇଛି । ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଶହ ଶହ ଏକର ଚାଷ ଜମିରେ ବର୍ଷାପାଣି ଜମିରହିଛି । ଏଥିଯୋଗୁଁ ଧାନ ତଳି ନଷ୍ଟ ହୋଇଯାଇଥିବା ବେଳେ ବୁଣିଥିବା ବିହନ ମଧ୍ୟ ନଷ୍ଟ ହୋଇଛି ।ଚାଷ କାମ ଆରମ୍ଭରୁ ଚାଷୀ ମୁଣ୍ଡରେ ଚଡ଼କ । ଲଗାଣ ବର୍ଷାରେ ଧୋଇଗଲା ତଳି ।ବିହନ ନଷ୍ଟ । ଗତ ୨ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଗତସିଂହପୁର ଜିଲ୍ଲାର ଚାଷୀକୂଳ ସଙ୍କଟରେ ପଡ଼ିଯାଇଛି ।ଲଗାଣ ବର୍ଷାରେ ବାଲିକୁଦା, ନାଉଗାଁ, ଜଗତସିଂହପୁର, ଏରସମା ଓ କୁଜଙ୍ଗ ବ୍ଲକ୍ର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜ ଗୁଡ଼ିକ ଖୋଳାଯିବାରେ ଏବଂ ମରାମତିରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଜୋରରେ ବର୍ଷା ହେଲେ ପାଣି ଜମି ରହୁଛି । ଆଉ ମାଲାମାଲ ହେଉଛନ୍ତି ଠିକାଦାର ଓ ଅଫିସର । ଏ ସପଂର୍କରେ ଜିଲ୍ଲାପାଳଙ୍କୁ ପଚାରିବାରୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.