କେନାଲ ବନ୍ଧରେ ୧୦ ଫୁଟର ଘାଇ, ପାଣି ଘେରରେ ଶହଶହ ଚାଷ ଜମି, ଚିନ୍ତାରେ ଚାଷୀ
17/09/2020 at 3:53 PM

ସାଲେପୁର, ୧୭|୦୯ : କେନାଲ ବନ୍ଧରେ ୧୦ଫୁଟ ଘାଇ। ଏଭଲି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଶିଶୁଆ ୫ନଂ କେନାଲରେ। ୫ନଂ କେନାଲର ଶିଶୁଆ ପଞ୍ଚାୟତ ବାହାରପଡା ଗାଁ ନିକଟରେ ୧୦ଫୁଟର ଘାଇ ହେବା ଫଳରେ ଶହ ଶହ ଏକର ଜମି ଏବେ ପାଣିଘେରରେ।
ଏହି ଘାଇ ସୃଷ୍ଟି ହେବା ପରେ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ସେମାନଙ୍କ ପସଲ ମଧ୍ୟ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଚାଷୀ ଧାର କରଜ କରି ଚାଷ କାମ କରିଥିବା ବେଳେ ପ୍ରଥମେ ଲଘୁଚାପ ବର୍ଷା ଓ ପରେ ପରେ ବନ୍ୟା ଜଳ ସବୁ କିଛି ଉଜାଡ଼ିଦେଇଥିଲା। ହେଲେ ଯାହା କିଛି ଧାନ ତଳି ଥିଲା ସେତକ ରୁଆ ପୋତା ପରେ ଏବେ କେନାଲ ବନ୍ଧରେ ଘାଇ ହୋଇ ସେତକବି ଚାଲି ଗଲା।
ଫଳରେ ପରିବାର ପ୍ରତିପୋଷଣ ଚାଷୀ କୂଳ ପାଇଁ କଷ୍ଟକର ହୋଇପଡିଛି। କେନାଲ ଠିକସେ ସଫେଇ ସାଙ୍ଗକୁ ମରାମତି ହୋଇନଥିଲା । ଯାହା ଫଳରେ ଘାଇ ସୃଷ୍ଟି ହୋଇଥିବା ସାଧାରଣରେ ଦାବି ହୋଇଛି ।