Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଫସଲ ବୀମା ଟଙ୍କା ପାଇଁ ଚାଷୀଙ୍କ ଆମରଣ ଅନଶନ

2/11/2020 at 3:41 PM

ବଲାଙ୍ଗୀର ୨।୧୧: ୨୦୧୯ ମସିହାର ଚାଷୀ ଫସଲ ବୀମା ଟଙ୍କା ଚାଷୀଙ୍କୁ ମିଳିପାରି ନାହିଁ । ଏହାକୁ ନେଇ କୃଷି ଅଧିକାରୀଙ୍କଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କଲେ ଚାଷୀ । ହେଲେ ଫଳ ଶୂନ। ଏହାକୁ ନେଇ ଅସନ୍ତୋଷ ଦେଖାଦେବା ସହ ଏବେ ଆନ୍ଦୋଳନ ମୁହାଁ ଚାଷୀ ।

ବଙ୍ଗୋମୁଣ୍ଡା ବ୍ଲକ୍ ବେଲପଡା ଜୁରାବନ୍ଧ ପଞ୍ଚାୟତର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଜିଲ୍ଲାପାଳଙ୍କୁ ପୂର୍ବରୁ ଗୁହାରି କରିବା ସହ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ହେଲେ କୌଣସି ପ୍ରକାର ଉତ୍ତର ନଆସିବା ସହ ଫସଲ ବୀମା ଟଙ୍କା ୫୦ ହଜାର ଟଙ୍କା ପ୍ରଦାନ କରାଯିବା ଦାବି ଉପରେ କୌଣସି ପ୍ରକାର ସ୍ପଷ୍ଟ ସୂଚନା ନଆସିବାରୁ ଆଜି ଆମରଣ ଅନଶନ ଆରମ୍ଭ କରିଛନ୍ତି ଚାଷୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ । ନ ଖାଇ ନ ପିଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

   Related Posts