ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ କୃଷକଙ୍କର ହେବ ଖାସ ପରେଡ, ଯୁବଚାଷୀ କରିଛନ୍ତି ଏପରି ପ୍ରସ୍ତୁତି

Published By : Prameya-News7 Bureau | January 22, 2021 IST

ନୂଆଦିଲ୍ଲୀ ୨୨।୧:  କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ କ୍ରମଶଃ ଜନ ଆନ୍ଦୋଳନରେ ରୂପାନ୍ତରିତ ହେଲାଣି। ଜାନୁୟାରୀ ୨୬ରେ ବିକ୍ଷୋଭକାରୀ ଚାଷୀ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ପରେଡ ପ୍ରସ୍ତୁତି ଚଳାଇଥିବା ବେଳେ ଏହାର ସମର୍ଥନରେ ବିଭିନ୍ନ ସହରରେ ଲୋକେ କାର ପରେଡ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

{"id":396711,"width":578,"height":292,"sizeSlug":"large","linkDestination":"none"}

ପଞ୍ଜାବ ଓ ହରିୟାଣାରେ ଲୋକେ ସେମାନଙ୍କ କାରରେ ଚାଷୀଙ୍କ ସବୁଜ ଓ ପିତ ରଙ୍ଗର ପତାକା ଓ ବିଭିନ୍ନ ସ୍ଲୋଗାନ ଲେଖା ବ୍ୟାନର ଲଗାଇଥିବା ଦେଖିବାକୁ ମିଳୁଛି। ଦିଲ୍ଲୀରେ ଚାଷୀଙ୍କ ୨୬ ଜାନୁୟାରୀ ଟ୍ରାକ୍ଟର ପରେଡ ଲାଗି ପଞ୍ଜାବ ଓ ହରିୟାଣାରୁ ଚାଷୀମାନେ ଟ୍ରାକ୍ଟରରେ ଟ୍ରଲି ଲଗାଇ ଦିଲ୍ଲୀ ଅଭିମୁଖେ ବାହାରିପଡିଲେଣି।

{"id":396712,"sizeSlug":"large","linkDestination":"none"}

କୃଷକ ସଙ୍ଗଠନଙ୍କ ଆହ୍ୱାନରେ ପ୍ରତି ଗାଁରୁ ଅନୁନ୍ୟ ୨୧ଟି ଟ୍ରାକ୍ଟର ଟ୍ରଲି ସହିତ ଜାନୁୟାରୀ ୨୬ ପୂର୍ବରୁ ଦିଲ୍ଲୀ ପହଞ୍ଚିବେ। ଚାଷୀମାନେ ସେମାନଙ୍କ ଟ୍ରାକ୍ଟରକୁ ଜାତୀୟ ପତାକା ଓ ଚାଷୀଙ୍କ ପତାକାରେ ସଜାଇ ଆସୁଥିବା ବେଳେ ରାସ୍ତାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ଟ୍ରାକ୍ଟରର ସମ୍ମୁଖ ଓ ଛାତରେ ଲୁହାର ସିଲ୍ଡ ଲଗାଇଛନ୍ତି।

{"id":396713,"width":578,"height":341,"sizeSlug":"large","linkDestination":"none"}

ଟ୍ରାକ୍ଟର ପରେଡ ସହ କାର ପରେଡ କରିବା ଲାଗି ପଞ୍ଜାବ ସଙ୍ଗରୁର ଜିଲ୍ଲା ଲହରାଗଗାର ୩ ଯୁବ ଚାଷୀ ସେମାନଙ୍କ କାରକୁ ଚାଷୀ ଆନ୍ଦୋଳନ ରଙ୍ଗରେ ରଙ୍ଗେଇଛନ୍ତି। ଲହରାଗଗାରୁ ଦିଲ୍ଲୀ ୨୫୦ କିଲୋମିଟର। ଟ୍ରାକ୍ଟର ପରେଡ ଲାଗି ସେମାନେ ଦିଲ୍ଲୀ ଯିବା ରାସ୍ତାରେ ସବୁ ଗାଁ ସବୁ ସହରରେ ଚାଷୀ ଆନ୍ଦୋଳନ ଲାଗି ଜନସଚେତନତା କରିବେ ବୋଲି ଯୁବଚାଷୀମାନେ କହିଛନ୍ତି।

{"id":396714,"sizeSlug":"large","linkDestination":"none"}

ଜାନୁୟାରେ ୨୬ରେ ଚାଷୀ ଦିଲ୍ଲୀ ରିଂ ରୋଡରେ ପରେଡ କରିବେ ବୋଲି ଯୋଜନା କରିଛନ୍ତି। ତେବେ ଦିଲ୍ଲୀ ପୋଲିସ ସେମାନଙ୍କୁ କୁଣ୍ଡଲୀ-ମାନସେର-ପଲବଲ ଏକ୍ସପ୍ରେସ୍‌ ୱେରେ ପରେଡ କରିବାକୁ କହୁଛନ୍ତି। ତେବେ ଜାନୁୟାରୀ ୨୬ରେ ଚାଷୀଙ୍କ ପରେଡ କେଉଁଠି ହେବ ତାହା ସ୍ଥିର ହୋଇ ନଥିଲେ ହେଁ ଏହା କିନ୍ତୁ ହେବା ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.