ସୁନ୍ଦରଗଡ ୫/୮: ସୁନ୍ଦରଗଡ ବର୍ଷା ଋତୁର ଅଧା ସରିଲା ଜୁଲାଇ ମାସ ଯାଇ ଅଗଷ୍ଟ ଆସିଲା ତଥାପି ଓଡିଶାରେ ସ୍ଵାଭାବିକ ହୋଇପାରିଲାନି ବର୍ଷା । ସୁନ୍ଦରଗଡରେ ପରିସ୍ଥିତି ସାଙ୍ଘାତିକ ହେଲାଣି । ବର୍ଷା ଅଭାବ ସାଙ୍ଗକୁ ଜଳକର କଷ୍ଟ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ ।
{"id":141068}ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ରୁନଗାଁ ପଞ୍ଚାୟତର ଇଏ ହେଉଛି ରୁନଗାଁ ଡ୍ୟାମ। ୧୯୮୮ ମସିହାରେ ତିଆରି ହୋଇଥିବା ଏହି ଡ୍ୟାମ ଉପରେ ନିର୍ଭର କରନ୍ତି ରୁନଗାଁ, ରେଙ୍ଗାଲମାଲ, ପେଟଫୋଡ ଓ ସିଅଁ।ମାଲ ର ଚାଷୀ । ଏହି ୪ଟି ମୌଜାର ପ୍ରାୟ ୪୫୦ଏକର ଜମିରେ ରୁନଗାଁ ଡ୍ୟାମର ପାଣି ମାଡିଥାଏ । ଏହି ୪ଟି ମୌଜାର ଚାଷୀ ପାଣି ନପାଇ ଜଳକର ଦେଉଥିବାର ଅଭିଯୋଗ କରିଛନ୍ତି । ବର୍ଷା ହେଲେ ପାହାଡର ପାଣି ଆସି ଜମିଥାଏ ଏହି ଡ୍ୟାମରେ । ୨୦୧୦ମସିହାରେ ହୋଇଥିବା ମରୁଡିରେ ଏହି ୪ଟି ମୌଜାର ଚାଷୀ ପାଣି ନପାଇ ଜଳକର ଦେଇଥିଲେ । ଜଳକର ଛାଡ କରିବା ପାଇଁ ବାରମ୍ଵାର କହିବା ପରେ ମଧ୍ୟ ଚାଷୀଙ୍କ କଥା କେହି ଶୁଣିନଥିଲେ । ଚଳିତ ବର୍ଷ ମରୁଡି ପରିସ୍ଥିତି ଦେଖା ଦେଇଥିବାରୁ ୪ଟି ମୌଜାକୁ ମରୁଡି ଘୋଷଣା କରିବା ସହ ଜଳକର ଛାଡ କରି ଡ୍ୟାମର ମରାମତି କରିବା ପାଇଁ ସ୍ଥାନୀୟ ଚାଷୀ କହିଛନ୍ତି ।
{"id":141072}ଯେତେବେଳେ ପ୍ରକୃତି ଦାଉ ସାଜିଛି ସେତେବେଳେ ସାଧାରଣ ମଣିଷ ହାତରେ ଆଉ କିଛି ନାହିଁ । ବର୍ତ୍ତମାନ ଦେଖିବାକୁ ରହିଲା ସରକାର ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ କେତେ ଶୀଘ୍ର ପଦକ୍ଷେପ ନେଇ ଚାଷୀଙ୍କ ସମସ୍ୟାର ସମାଧାନ କରୁଛି ।
{"id":141071}