Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଧାନକିଣା ପାଇଁ ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ – ପଶ୍ଚିମ ଓଡିଶାର ୪ ବିଧାୟକଙ୍କ ବାସଭବନ ଘେରିଲେ ଚାଷୀ

19/11/2019 at 6:07 PM

ସମ୍ବଲପୁର/ବରଗଡ/ଭୁବନେଶ୍ୱର ୧୯।୧୧ -ଧାନକିଣା ପାଇଁ ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ । ପଶ୍ଚିମ ଓଡିଶାର ୪ ବିଧାୟକଙ୍କ ବାସଭବନ ଘେରିଲେ ଚାଷୀ । ଧାନ ବିକ୍ରି ପାଇଁ ସରକାର କରିଥିବା ଟୋକନ୍ ବ୍ୟବସ୍ଥା ନିଷ୍ପତ୍ତିକୁ ବିରୋଧ କରି ୨ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି ପଶ୍ଚିମ ଓଡିଶାର ଶହ ଶହ ଚାଷୀ । ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ ମାନେ ଧାରଣା ଦେଇଥିଲେ ।ସେପଟେ ବରଗଡ଼ର ଅତାବିରା ଓ ଭେଡେନ୍‌ ବ୍ଲକ୍‌ର ବିଭିନ୍ନ ସରକାରୀ ଅଫିସ ବନ୍ଦ କରିଛନ୍ତି ଚାଷୀ । ଗୃହରେ ଆଜି ପଶ୍ଚିମ ଓଡ଼ିଶାରେ ଚାଷୀଙ୍କୁ ଟୋକନ ବ୍ୟବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।…

ବିଧାୟକଙ୍କ ବାସଭବନ ଘେରିଲେ ଚାଷୀ । ଧାନ ବିକ୍ରି ବେଳେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଜିଲ୍ଲାର ଚାଷୀଙ୍କ ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ ଜିଲ୍ଲାର ୪ ଜଣ ବିଧାୟକଙ୍କ ବାସଭବନ ସାମ୍ନାରେ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ ।ଟୋକନ ବ୍ୟବସ୍ଥା ତୁରନ୍ତ ପ୍ରତ୍ୟାହାର ନ ହେଲେ କାଲି ସକାଳୁ ଜାତୀୟ ରାଜପଥ ଅବରୋଧ ହେବ ବୋଲି ଚାଷୀ ମାନେ କହିଛନ୍ତି । ଜିଲ୍ଲାର ନିର୍ବାଚିତ ୪ ଜଣ ବିଧାୟକ ଗୃହରେ ଟୋକନ୍ ବ୍ୟବସ୍ଥା ନେଇ ଗୃହରେ କୌଣସି ପ୍ରଶ୍ନ କରି ନଥିଲେ । ଏହାର ପ୍ରତିବାଦରେ ବିଧାୟକଙ୍କ ଘର ଆଗରେ ହୋଇଛି ଏମିତି ବିକ୍ଷୋଭ । କାଲି ସକାଳୁ ଜାତୀୟ ରାଜପଥ ଉପରେ ଧାନ ବୋଝେଇ ଗାଡ଼ି ରଖି ଧାରଣାରେ ବସିବା ସହିତ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍‌ କରିଦେବେ ବୋଲି କହିଛନ୍ତି ।…

 ସମ୍ବଲପୁରରେ ଟୋକନ୍ ବ୍ୟବସ୍ଥା ବିରୋଧରେ ଚାଷୀ ଆନ୍ଦୋଳନ ତେଜିଥିବା ବେଳେ ବରଗଡ଼ରେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ୧୫ ତାରିଖରୁ ମାର୍କଟେ ୟାର୍ଡ ଖୋଲାଯିବା ସତ୍ତ୍ବେ ମଧ୍ୟ ହଜାର ହଜାର ବସ୍ତା ଧାନ ପଡିରହିଛି । ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ ଘେରିଛନ୍ତି ଉତ୍ତ୍ୟକ୍ତ ଚାଷୀ । ଅତାବିରା ଓ ଭେଡେନ୍ ବ୍ଲକର ବିଭିନ୍ନ ସରକାରୀ ଅଫିସ ବି ବନ୍ଦ କରିଦେଇଛନ୍ତି । ଯେଉଁ ମାନେ ସରକାରୀ ଅଫିସରେ ତାଲା ପକାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସମବାୟ ଉପନିବନ୍ଧକ କହିଛନ୍ତି ।…

ଏପଟେ ବିଧାନସଭାରେ ମଧ୍ୟ ଆଜି ଦେଖିବାକୁ ମିଳିଥିଲା ଟୋକନ୍ ତାତି । ଟୋକନ ବ୍ୟବସ୍ଥା ଉଚ୍ଛେଦ କରି ଜିଲ୍ଲା କମିଟିକୁ ପାୱାର ଦେବାକୁ ବିରୋଧୀ ସଦସ୍ୟ ଦାବି କରିଛନ୍ତି । ୧୫ ତାରିଖରୁ ଧାନ କିଣିବାର ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟୋକନ୍ ପହଞ୍ଚିନାହିଁ । ମନ୍ତ୍ରୀ କିନ୍ତୁ ଅତ୍ୟାଧୁନିକ ଜ୍ଞାନକୌଶଳ କଥା କହି ବିରୋଧୀଙ୍କ ଦାବିକୁ ଟାଳି ଦେଇଥିଲେ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ଓ କଂଗ୍ରେସ ସଦସ୍ୟ ମାନେ କକ୍ଷତ୍ୟାଗ କରିଥିଲେ ।ଧାନ କିଣାରେ ସରକାର ବିଫଳ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ଗୃହରେ ଶାସକ ଦଳର ମାତ୍ର ୧୬ ଜଣ ବିଧାୟକ ଥିବାରୁ ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ।…

 ଟୋକନ୍ ଦ୍ବାରା ଧାନକିଣା ପ୍ରସଙ୍ଗକୁ ନେଇ ଚାଷୀ ତାତିଥିବା ବେଳେ ବିଧାନସଭା ଚାଲିଥିବାରୁ ଏହି ପ୍ରସଙ୍ଗ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ।…

   Related Posts