ରାଜସ୍ଥାନରେ ପଙ୍ଗପାଳ ଆତଙ୍କ, ଉଜାଡିଲେଣି ହଜାର ହଜାର ହେକ୍ଟର ଚାଷ

Published By : Prameya-News7 Bureau | January 18, 2020 IST

ଜୟପୁର ୧୮।୧: ଚଳିତବର୍ଷ ରାଜସ୍ଥାନରେ ଚାଷୀ ପଙ୍ଗପାଳଙ୍କ ଦ୍ୱାରା ବିପୁଳ କ୍ଷତିଗ୍ରସ୍ତ ହେଉଛନ୍ତି। ପଙ୍ଗପାଳ ପଶ୍ଚିମ ରାଜସ୍ଥାନର ପ୍ରାୟ ୩ଲକ୍ଷ ୬୦ ହଜାର ହେକ୍ଟରରୁ ବି ଅଧିକ ଜମିରୁ ଫସଲ ଉଜାଡିସାରିଲେଣି। ଦୀର୍ଷ ୬୦ ବର୍ଷ ପରେ ଦେଶ ଉପରେ ଏହା ଦ୍ୱିତୀୟ ପଙ୍ଗପାଳ ଆକ୍ରମଣ। ତେବେ ଗତବର୍ଷ ମେ ମାସରେ ପ୍ରଥମ ଥର ଦେଶକୁ ପଙ୍ଗପାଳଙ୍କ ଆଗମନ ଜଣାପଡିଥିଲା। ଏହି ପଙ୍ଗପାଳ ପାକିସ୍ତାନରୁ ଆସିଥିବା ବେଳେ ଗତ ରବି ଫସଲ ଉଜାଡି ଦେଇଥିଲେ।

{"id":212935,"sizeSlug":"large"}

କୃଷି ଅଧିକାରୀ ଓ ଚାଷୀଙ୍କ ଅନୁସାରେ କେବଳ ଶ୍ରୀଗଙ୍ଗା ନଗରରେ ପଙ୍ଗପାଳମାନେ ଜମିରେ ଛିଡା ହୋଇଥିବା ୭୫ ପ୍ରତିଶତ ଫସଲ ଚରିଯାଇଛନ୍ତି। ଏହା ଛଡା ହନୁମାନଗଡ, ବିକାନେର, ଜୈସାଲମେର, ବାଡମେର, ଜୋଦ୍ଧପୁର, ଜଲୋଡ, ଶିରୋହୀ, ନାଗୋର ଓ ଚୁରୁରେ ବି ଚାଷୀ ପଙ୍ଗପାଳଙ୍କ ଦ୍ୱାରା ଫସଲ ଉଜୁଡିଥିବାର ଅଭିଯୋଗ କରିଛନ୍ତି।

{"id":212936,"sizeSlug":"large"}

ଫସଲରେ ଫୁଲ ଧରିବାକୁ ଦେଉନାହାନ୍ତି ପଙ୍ଗପାଳ
ପଙ୍ଗପାଳ ଏବେ ଏପରି ସଙ୍କଟ ସୃଷ୍ଟି କରିଛନ୍ତି ଯେ ଚାଷୀଙ୍କ ଲାଗି ସେମାନଙ୍କ ଫସଲ ସ୍ୱପ୍ନ ହୋଇଯାଇଛି। ପଙ୍ଗପାଳ ଫସଲରେ ଫୁଲ ଧରେଇ ଦେଉନଥିବା ଚାଷୀ ଅଭିଯୋଗ କରୁଛନ୍ତି। ଫୁଲ ସହ ଗଛକୁ ପଙ୍ଗପାଳ ଚରିଯାଉଛନ୍ତି। କୃଷି ବିଭାଗ ପଙ୍ଗପାଳ ନିୟନ୍ତ୍ରଣ ଲାଗି କେବଳ କିଟନାଶ ବ୍ୟତୀତ ଅନ୍ୟ କୌଣସି ପ୍ରକାର ସହାୟତା କରିପାରୁନାହାନ୍ତି। ତେବେ ପଙ୍ଗପାଳ କିଟନାଶକକୁ ବି ମାନୁ ନଥିବା ଚାଷୀ କହୁଛନ୍ତି। ଏଣୁ ଭାରତ ସରକାର ପ୍ରସଙ୍ଗରେ ତୁରନ୍ତ ପାକିସ୍ତାନ ସରକାରଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ଚାଷୀ ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.