ମଣ୍ଡିରେ ପଡିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ, ବିକ୍ରି ଅପେକ୍ଷାରେ ହଜାର ହଜାର ଟୋକନଧାରୀ ଚାଷୀ

Published By : Prameya-News7 Bureau | January 21, 2021 IST

କଳାହାଣ୍ଡି ୨୧।୧: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ୨ ଲକ୍ଷ ୫୦ ହଜାର କ୍ବିଣ୍ଟାଲ ଧାନ ପଡି ରହିଛି । ବିଭିନ୍ନ ମଣ୍ଡି ଗୁଡିକରେ ହଜାର ହଜାର ଟୋକନଧାରୀ ଚାଷୀ ମଣ୍ଡିରେ ଧାନ ବିକ୍ରି ଅପେକ୍ଷାରେ । ହେଲେ ଜିଲ୍ଲା ଯୋଗାଣ ବିଭାଗକୁ ମିଳିଥିବା ନୂଆ ୧ ଲକ୍ଷ କ୍ବିଣ୍ଟାଲ ଧାନ କ୍ରୟର ନିର୍ଦ୍ଦେଶ ମିଳିଛି । ଫଳରେ ମଣ୍ଡିରେ ଧାନ ବିକ୍ରି ଅନିଶ୍ଚିତତା ମଧ୍ୟରେ ଚାଷୀ ରହିଛି ।

{"id":395751,"sizeSlug":"large","linkDestination":"none"}

ରାଜ୍ୟ ସରକାର କଳାହାଣ୍ଡିକୁ ଧାନ ଅମଳରେ ପ୍ରଥମ ଜିଲ୍ଲା ଭାବେ ନିଜ ସଫଳତା ବଖାଣୁ ଥିବାବେଳେ କିନ୍ତୁ ଧାନ ଉତ୍ପାଦନକାରୀ ଚାଷୀ ସରକାରୀ ମୂଲ୍ୟରେ ଧାନ ବିକ୍ରିରୁ ବଞ୍ଚିତ ରହୁଛି । ଜିଲ୍ଲାରେ ୮୩ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ ସତ୍ତ୍ବେ ହଜାର ହଜାର ଚାଷୀ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ହେବାକୁ ଯାଉଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୧୫ ଲକ୍ଷରୁ ଉର୍ଦ୍ଧ୍ବ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଚାଷୀ ସରକାରଠାରୁ ଆଶା ବାନ୍ଧି ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.