ଲ୍ୟାମ୍ପସ ଅଧିକାରୀ ଟଙ୍କା ଦେଲେନି, ରାଗରେ ଚାଷୀ ବିକ୍ରି କରିଥିବା ଧାନ ଗାଡିରୁ ବୋହି ନେଲେ

Published By : Prameya-News7 Bureau | June 24, 2020 IST


ପାଟଣା୨୪/୬: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଟଭାସରୁଆ ଲ୍ୟାମ୍ସରୁ ବୁଧବାର ଅପରାହ୍ନରେ ୧୮ ଜଣରୁ ଉର୍ଦ୍ଧ୍ଵ ଚାଷୀ ଧାନ ନିଜ ନଜ ଧାନ ଘରକୁ ବୋହି ନେଇଛନ୍ତି। ସୂଚନା ଅନୁଯାୟୀ ଏହି ଚାଷୀମାନେ ମାର୍ଚ୍ଚ ମାସରେ ଖରିଫ ଋତୁରେ ଅମଳ ହୋଇଥିବା ଧାନକୁ ଲ୍ୟାମ୍ସ ଜରିଆରେ ସରକାରଙ୍କୁ ବିକ୍ରି କରିଥିଲେ। ହେଲେ ବିକ୍ରି କରିଥିବା ଧାନ ଟଙ୍କା ପାଇ ନଥିଲେ। ବୁଧବାର ସକାଳେ ଏକ ପଶ୍ଚିମ ବଙ୍ଗର ନମ୍ବର ଥିବା ୧୨ ଚକିଆ ଟ୍ରକ ରେ ଭାରପ୍ରାପ୍ତ ସମବାୟ ସମିତି ଶାଖା ପରିଚାଳକ ଚିତ୍ତରଞ୍ଜନ ନାଏକ ଧାନ ପାର କରୁଥିବା ଖବର ପାଇ ଚାଷୀମାନେ ଏହାକୁ ବିରୋଧ କରିଥିଲେ।

ବୁଧବାର ଅପରାହ୍ନରେ ଚାଷୀ ଗାଡିକରି ନିଜ ନିଜ ଧାନ ଘରକୁ ବୋହି ନେଉଥିବାର ଦେଖିବାକୁ ମିଳିଥିଲା।ଏନେଇ କପୁଣ୍ଡି ଗ୍ରାମର ଚାଷୀଙ୍କୁ ପ୍ରଶ୍ନ କରାଯାଇଥିଲା। ତାଙ୍କ ପ୍ରଶ୍ନରେ ଚାଷୀ କହିଥିଲେ ଏତେ ଦିନ ହେବ ଟଙ୍କା ନ ପାଇବା ଆଉ ଅମକୁ ନଜଣାଇ ଧାନ ପାର କରୁଥିବାରୁ ଆମର ଲ୍ୟାମ୍ସ କର୍ମଚାରୀ ଉପରେ ଆସ୍ଥା ତୁଟି ଯାଇଛି। ତେଣୁ ଧାନ ଘରକୁ ନେଇ ଯାଉଛୁ। ଏନେଇ ଲ୍ୟାମ୍ସ ଏମ୍‌ଡି ଚିତରଞ୍ଜନ ନାଏକଙ୍କୁ ପଚାରିବାରୁ ସରକାରଙ୍କ ଧାନ କିଣା ସାଇଟ୍ ବନ୍ଦ କରିଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.