Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ସଂସଦରେ କୃଷି ବିଲ ଆଗତ ହେବାର ୨ଦିନ ପୂର୍ବରୁ ଚାଷୀଙ୍କ ବଡ ଘୋଷଣା, ଟ୍ରାକ୍ଟର ରାଲି ସ୍ଥଗିତ ରଖିବାକୁ ନିଷ୍ପତ୍ତି

27/11/2021 at 4:12 PM

ନୂଆଦିଲ୍ଲୀ ୨୭/୧୧ : ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର । ଦୀର୍ଘ ଦିନ ହେଲା ଧାରଣାରେ ବସିଥିବା ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସରକାର ଏଭଳି ବଡ ପଦକ୍ଷେପ ନେଇଥି​‌ଲେ । ତେବେ ସଂସଦର ଉଭୟ ଗୃହରେ ନୂଆ କୃଷି ଆଇନ ଗୃହୀତ ହୋଇସାରିଛି । ତେବେ ବର୍ତ୍ତମାନ କୃଷି ବିଲକୁ ଅକାମି କରିବା ପାଇଁ ପ୍ରସ୍ତାବ ଆଣିବେ କେନ୍ଦ୍ର ସରକାର । ଏହା ପରେ ଯାଇ କୃଷି ଆଇନ ଅକାମୀ ହେବ ।

ତେବେ ବର୍ତ୍ତମାନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସଂସଦରେ ବିଲ ପାସ୍‌ ହେବାକୁ ୨ଦିନ ବାକିଥିବା ବେଳେ ବଡ ନିଷ୍ପତ୍ତି ନେଇଛନ୍ତି ଚାଷୀ । ସଂସଦ ମାର୍ଗକୁ ଟ୍ରାକ୍ଟର ମାର୍ଚ୍ଚ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ । ଏ ନେଇ ଶନିବାର ଅନୁଷ୍ଠିତ ହୋଇଥିବା କୃଷକ ମହାପଞ୍ଚାୟତରେ ଘୋଷଣା କରାଯାଇଛି । ଶନିବାର ସିଂଘୁ ଏବଂ ଟିକରୀ ସୀମାରେ ଧାରଣାରେ ବସିଥିବା ଚାଷୀ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଗାମୀ ରଣନୀତି ବାବଦରେ ଚର୍ଚ୍ଚା ହୋଇଥିଲା । ଯେଉଁଥିରେ ସଂସଦ ମାର୍ଗ ଯାଏ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ‘ଡିସେମ୍ବର ୪ ତାରିଖରେ ହେବାକୁ ଥିବା ବୈଠକରେ ଆଗାମୀ ରଣନୀତି ବାବଦରେ ଆଲୋଚନା ହେବ । ଏହି ବୈଠକରେ ଅନ୍ୟ କିଛି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ’ ।

 କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବି କୃଷକ ସଂଗଠନ ଆନ୍ଦୋଳନ ସମାପ୍ତ କରିବାକୁ ରାଜି ନାହାନ୍ତି। ଏବେ କୃଷି ମନ୍ତ୍ରୀ ପୁଣି ଥରେ କୃଷକଙ୍କୁ ଘରକୁ ଫେରି ଯିବାକୁ ଅପିଲ୍ କରିଛନ୍ତି। ତୋମାର କହିଛନ୍ତି, ସରକାର ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ହିଁ କୃଷି ଆଇନ ପ୍ରତ୍ୟାହାର ବିଧେୟକ ଆଗତ କରିବେ। ଏହା ବ୍ୟତୀତ ଏମଏସପି ପ୍ରତିଶ୍ରୁତି ମଧ୍ୟ ପୂରଣ କରାଯିବ। ନଡା ଜାଳିବା ପ୍ରସଙ୍ଗ ଉପରେ ମଧ୍ୟ କୃଷକଙ୍କ ଦାବି ସରକାର ମାନିଛନ୍ତି। ତେଣୁ ବର୍ତ୍ତମାନ ପ୍ରଦର୍ଶନ କରିବା ଉଚିତ୍ ନୁହେଁ ବୋଲି କୃଷି ମନ୍ତ୍ରୀ ତୋମାର କହିଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବିବିଧତା, ଶୂନ୍ୟ ବଜେଟ୍ କୃଷି ଏବଂ ଏମଏସପି ପ୍ରଣାଳୀକୁ ଆହୁରି ପାରଦର୍ଶିତା ଏବଂ ପ୍ରଭାବଶାଳୀ କରିବା ପାଇଁ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଏହି କମିଟିରେ କୃଷକ ସଂଗଠନର ପ୍ରତିନିଧି ମଧ୍ୟ ସାମିଲ୍ ହେବେ। ଏହି କମିଟି ଗଠନ ସହିତ ଏମଏସପି ଉପରେ କୃଷକଙ୍କ ଦାବି ମଧ୍ୟ ପୂରା କରାଯିବ।

   Related Posts