ବଜେଟ୍ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
25/01/2021 at 8:14 PM

ନୂଆଦିଲ୍ଲୀ ୨୫/୦୧: ଟ୍ରାକ୍ଟର ରାଲି ପରେ ପାର୍ଲାମେଣ୍ଟ ଚଲୋ ଡାକରା ଦେଲେ କୃଷକ। ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଦିନ ଚାଷୀଙ୍କୁ ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଛି। ଏନେଇ ହଜାର ହଜାର ଚାଷୀ ପ୍ରସ୍ତୁତ ବି ଅଛନ୍ତି। ଏହା ପରେ ପୁଣି ଫେବୃଆରୀ ୧ ଦିନ ସଂସଦ ବଭବ ଅଭିମୁଖେ ପାଦରେ ଚାଲି ଚାଲି ନୂଆ କୃଷି ଆଇନ୍ ବିରୋଧରେ ବିଦ୍ରୋହ କରିବେ ବୋଲି କୃଷକ ସଂଗଠନ ଘୋଷଣା କରିଛନ୍ତି ।
ବଜେଟ୍ ଉପସ୍ଥାପନ ଦିନ ଅର୍ଥାତ ଫେବୃଆରୀ ୧ରେ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଚାଷୀ ସଂସଦ ଅଭିମୁଖେ ଯାତ୍ରା କରିବେ। ଏନେଇ କ୍ରାନ୍ତିକାରୀ କିଷାନ ସଂଗଠନ ନେତା ଦର୍ଶନ ପାଲ ସୋମବାର ଦିନ ସୂଚନା ଦେଇଛନ୍ତି। କୃଷକ ନେତା ଦର୍ଶନ ପାଲ କହିଛନ୍ତି, ‘କୃଷକ, ବଜେଟ୍ ଉପସ୍ଥାପନ ଦିନ ୧ ଫେବୃଆରୀରେ ବିଭିନ୍ନ ସ୍ଥାନରୁ ସଂସଦ ଅଭିମୁଖେ ଯାତ୍ରା କରିବେ।’
ହଜାର ହଜାର କୃଷକ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଦର୍ଶନ ପାଲଙ୍କ ବୟାନ ସାମ୍ନାକୁ ଆସିଛି। କେନ୍ଦ୍ରର ନୂଆ କୃଷି ଆଇନ୍ ବିରୋଧରେ ୨ ମାସ ହେଲା ଆନ୍ଦୋଳନ କରୁଛନ୍ତି ଚାଷୀ। ଏହାରି ମଧ୍ୟରେ ୧୧ ଥର କୃଷି –ସରକାର ଆଲେଚନା ହୋଇଥିଲେ ବି କୌଣସି ନିଷ୍କର୍ଷ ବାହାରିପାରି ନାହିଁ।