ସୁନାର ଫସଲ ଉଜାଡିଦେଲା ଚକଡା ପୋକ

Published By : Prameya-News7 Bureau | November 10, 2019 IST

ସୁବର୍ଣ୍ଣପୁର୧୦/୧୧-  ଚକଡା ପୋକ ଉଜାଡିଦେଲା ସୁନାର ଫସଲ । ଜିଲ୍ଲା  ପ୍ରଶାସନକୁ ଜଣାଇବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଶେଷରେ ହତାଶ ହୋଇ ଧାନ ବିଲରେ ଚାଷୀ ନିଆଁ ଲଗାଇ ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଣିସରର୍ଡା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଶହଶହ ଏକର ଧାନ ବିଲରେ ଚକଡା ଆତଙ୍କ ଯୋଗୁଁ  ଚାଷୀ ମୁଣ୍ଡରେ ଚଢ଼କ ପଡିଛି ।  ଚଳିତ ବର୍ଷ ଭଲ ଅମଳର ଆଶା ନେଇ ଅନେକ ଚାଷୀ ଧାର କରଜ କରି ଧାନ ଚାଷ କରିଥିଲେ । ହେଲେ ଠିକଣା ସମୟରେ ଚକଡା ପୋକ ପ୍ରଭାବରେ ଧାନ ନଷ୍ଟ ହୋଇ ଯାଇଛି।

 କୃଷି ବିଭାଗ ଅଧତ୍କାରୀଙ୍କ ପରାମର୍ଶରେ କୀଟନାଶକ ମଧ୍ୟ ପ୍ରୟୋଗ କରିଥିଲେ ।  କିନ୍ତୁ କିଛି ବି କାମ ଦେଲାନି । କୃଷି ବିଭାଗ ଅଧିକାରୀଙ୍କଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ଲୋଡିଲେ ହେଲେ କାହାରିଠୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଶେଷରେ ହତାଶ ହୋଇ ଧାନଚାଷରେ ନିଆଁ ଲଗାଇ ଦେଇଛନ୍ତି ।ରାଣୀସର୍ଡା ପଞ୍ଚାୟତରେ ଫସଲ ଜାଳିଦେଲେ ଚାଷୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.