ସିଂଘୁ ବର୍ଡରରେ ଲୋହରି ପାଳିଲେ ଚାଷୀ, ଜାଳିଲେ ସଂଶୋଧିତ କୃଷି ଆଇନ

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩।୧: ଚାଷୀମାନେ ବିରୋଧ କରୁଥିବା କୃଷିଆଇନର କପି ପୋଡିଛନ୍ତି। ମକର ସଂକ୍ରାନ୍ତି ପୂର୍ବ ସଂଧ୍ୟା ବୁଧବାର ଆଇନର ପ୍ରତି ଜଳାଇ ଚାଷୀ ଲୋହରି ପାଳନ କରିଛନ୍ତି। ଏଥିଲାଗି ଦିଲ୍ଲୀରେ ବିକ୍ଷୋଭ କରୁଥିବା ଚାଷୀମାନେ ପୂର୍ବରୁ ପ୍ରସ୍ତୁତି କରି ରଖିଥିଲେ। ଦିଲ୍ଲୀ-ଚଣ୍ଡିଗଡ଼ ରାସ୍ତାରେ ଲୋହରି ଲାଗି ସଂଗୃହୀତ କଠଗଦାରେ ପରିଣତ ହୋଇଥିଲେ। 

{"id":391798,"width":579,"height":325,"sizeSlug":"large","linkDestination":"none"}

ସିଂଘୁ ବର୍ଡରରେ ଚାଷୀମାନେ ପାରମ୍ପରିକ ଉତ୍ସାହ ଓ ଉଦ୍ଦିପନାରେ ଲୋହରି ପାଳନ କରୁଥିବା ବେଳେ ମକର ସଂକ୍ରାନ୍ତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପଞ୍ଜାବ ଓ ହରିୟାଣାର ଲୋକ ଉତ୍ସବ ଭାବେ ଜଣାଶୁଣା ଲୋହରି ଓ ମକର ସଂକ୍ରାନ୍ତି ଲାଗି ମଧ୍ୟ ଏହି ଆଇନ ଯୋଗୁ ଘରକୁ ଫେରି ପାରୁନାହାନ୍ତି। ଏଣୁ ଲୋହରିରେ ଆଇନର କପି ପୋଡି ଉତ୍ସବ ପାଳନ କରିଛନ୍ତି।

{"id":391799,"width":576,"height":359,"sizeSlug":"large","linkDestination":"none"}

ଲୋହରିରେ ଲୋକେ କାଠ ଜାଳି ଶୀତଋତୁକୁ ବିଦାୟ ଦିଅନ୍ତି। ଏଥିଲାଗି ଅଗ୍ନିକୁ ବାଦାମ ଓ ଅନ୍ୟ କୃଷି ଉପଜ ଅର୍ପଣ କରିବା ପରେ ଜଳନ୍ତା କାଠ ଗଦାରେ ରୁଟି ସେକି ସୋରିଶ ସାଗ ସହ ଖାଇଥାନ୍ତି। ଏଥିପାଇଁ ଆନ୍ଦୋଳନ ସ୍ଥଳରେ ଲଙ୍ଗରର ବ୍ୟବସ୍ଥା ହୋଇଛି। ଲୋହରି ଲାଗି ମଙ୍ଗଳବାର ଠାରୁ ସିଂଘୁ ବର୍ଡରରେ କାଠ ସଂଗ୍ରହ ଆରମ୍ଭ ହୋଇଯାଇଥିଲା। ଚଳିତବର୍ଷ ଲୋହରିରେ ଚାଷୀମାନେ କଳା ଆଇନରେ ନିଆଁ ଲଗାଇ ଲୋହରିରେ ଅଗ୍ନି ସଂଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.