Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଦଶହରାରେ ରାବଣ ବଦଳେ ମୋଦି, ଅମ୍ବାନୀ ଓ ଅଡାନୀଙ୍କୁ ପୋଡିଲେ ପଞ୍ଜାବର ଚାଷୀ

25/10/2020 at 7:52 PM

ଫିରୋଜପୁର୨୫।୧୦: ଦଶହରାର ଉନ୍ମାଦ ସାରା ଦେଶରେ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ପୂଜା ଆୟୋଜନ ହୋଇଥିଲେ ବି କୋଭିଡ ନିୟମ ମାନି ଲୋକେ ଉତ୍ସବ ସ୍ଥଳରେ ସାବଧାନତା ଅବଲମ୍ବନ କରିବା ସହ ଭିଡରୁ ଦୂରେଇ ରହୁଛନ୍ତି। ପଞ୍ଜାବରେ ମଧ୍ୟ ଧୁମଧାମରେ ଦୁର୍ଗାପୂଜ ଅନୁଷ୍ଠିତ ହେଉଛି। ଲୋକେ ରାବଣ ପୋଡ଼ି ମଧ୍ୟ କରିଛନ୍ତି।

ତେବେ ନିକଟରେ ଗୃହୀତ ହୋଇଥିବା ସଂଶୋଧିତ କୃଷି ଆଇନକୁ ନେଇ ପଞ୍ଜାବରେ ଚାଷୀଙ୍କ ଅସନ୍ତୋଷ ଦଶହରାରେ ମଧ୍ୟ ଦୂର ହୋଇ ନାହିଁ। ପଞ୍ଜାବରେ ଚାଷୀ କୃଷି ଆଇନକୁ ନେଇ ଥିବା ଅସନ୍ତୋଷକୁ ଜାହିର କରିଛନ୍ତି।  ଫିରୋଜପୁର ଜିଲ୍ଲାରେ ଚାଷୀମାନେ ବିଜୟାଦଶମୀରେ ରାବଣ ବଦଳେ ମୋଦି ଓ ତାଙ୍କ କର୍ପୋରେଟ ବନ୍ଧୁମାନଙ୍କ ଦହନ କରିଛନ୍ତି। ଯାହା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସଂଶୋଧିତ କୃଷି ଆଇନକୁ ସାରା ଦେଶରେ ପଞ୍ଜାବର ଚାଷୀ ପ୍ରଥମେ ବିରୋଧ ଆରମ୍ଭ କରିଥିଲେ। ଏପରିକି  ବିଧେୟକ ସଦନରେ ଉପସ୍ଥାପନ ସହ କେନ୍ଦ୍ରରେ ସହଯୋଗୀ ଦଳର ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥିଲେ। ଏହା ସତ୍ତ୍ୱେ ସଂଶୋଧିତ କୃଷି ବିଧେୟକ ଦେଶରେ ଆଇନରେ ପରିଣତ ହୋଇଯାଇଛି। ଏଣୁ ଚାଷୀ ଅସନ୍ତୁଷ୍ଟ ଥିବା ଦଶହରାର ମୋଦି ପୋଡ଼ିରୁ ସ୍ପଷ୍ଟ ହୋଇଯାଇଛି।  

ମିଡିଆ ରିପୋର୍ଟ ଅନୁସାରେ ଫିରୋଜ ପୁର ଜିଲ୍ଲାର କିଷାନ-ମଜଦୂର ସଂଘର୍ଷ ସମିତି ପଦାଧିକାରୀମାନେ ବିଭିନ୍ନ ଗାଁରେ ମୋଦି, ଅମ୍ବାନୀ ଓ ଅଡାଣୀଙ୍କ ସୁ ଉଚ୍ଚ ପୁତ୍ତଳିକା ପ୍ରସ୍ତୁତ କରି ପୋଡ଼ିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଛନ୍ତି। ଚାଷୀମାନେ ସଂଶୋଧିତ କୃଷି ଆଇନ ସମେତ ବିଦ୍ୟୁତ ସଂଶୋଧନ ଅଧିନିୟମ-୨୦୨୦କୁ ମଧ୍ୟ ବାତିଲ କରିବାକୁ ଦାବି କରିଛନ୍ତି।

   Related Posts