Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଧାନ ବସ୍ତା ପକାଇ ୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ ଚାଷୀ: ମଣ୍ଡିରେ ପଡିଛି ଲକ୍ଷ ଲକ୍ଷ କ୍ୱିଣ୍ଟାଲର ଧାନ

30/06/2020 at 4:01 PM

ବରଗଡ଼୩୦/୬: ରବି ଧାନ ଏ ପର୍ଯ୍ୟନ୍ତ ବିକି ପାରୁନାହାନ୍ତି ଚାଷୀ। ମଣ୍ଡିରେ ପଡିଛି ଲକ୍ଷ ଲକ୍ଷ କ୍ୱିଣ୍ଟାଲର ଧାନ। ,ସେପଟେ  ଖରିଫ ଚାଷ ପାଇଁ ଚାଷୀଙ୍କୁ ପ୍ରସ୍ତୁତ ହେବାକୁ ପଡୁଛି । ତେବେ ମଣ୍ଡି ଜଗିବେ ନା ଚାଷ ଆରମ୍ଭ କରିବେ ଏହାକୁ ନେଇ ଅସନ୍ତୋଷ ଚାଷୀ।  ଅତବିରା ମଣ୍ଡି ସମ୍ମୁଖରେ ୬ ନମ୍ବର ଜାତୀୟ ରାଜ ପଥକୁ ଧାନ ବସ୍ତା ପକାଇ ଅବରୋଧ କରିଛନ୍ତି । ମୁମ୍ବାଇ କଲିକତା ପାଇଁ ଯାନ ବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଗତକାଲି ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭେଡେନ ଅଞ୍ଚଳର ରେଶମ, ସାଲେପଲି ଓ ପ୍ରଧାନ ପାଲିର ଚାଷୀମାନେ ଧାନ ବସ୍ତା ପକାଇ ଆନ୍ଦୋଳନ ଜାରି ରଖିଥିଲେ। ହେଲେ ଗତକାଲି ଭେଡେନ ଅଞ୍ଚଳର ଚାଷୀମାନଙ୍କ ରଦ୍ଧ ହୋଇଥିବା ଟୋକନ ପୁଣି ଚାଷୀଙ୍କ ନାଁରେ ପୁନର୍ବାର ନୂତନ ଟୋକନ ଜେନେରେଟ ହେବାରୁ ଆନ୍ଦୋଳନରୁ ଓହରି ଥିଲେ ଚାଷୀ। ହେଲେ ଆଜି ସମାନ ସ୍ଥିତି ଅତବିରାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଅତାବିରା ବ୍ଲକର ଶତାଧିକ ଚାଷୀ ପୂର୍ବତନ ଅତବିରା  ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ଚାଷୀ ନତା ବିରେନ୍ଦ୍ର କର ଙ୍କ ନେତୃତ୍ୱ ରାଜ ରାସ୍ତାକୁ ଓହ୍ଲାଇ ଧାନ ବସ୍ତା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି ।

ବରଗଡ଼ ଜିଲ୍ଲାରେ ରବି ଋତୁରେ ମୋଟ ୯୫ ହଜାର ୬୪୦ ହେକ୍ଟର ଧାନ ଚାଷ ହୋଇଥିବା ବେଳ ୫୭ ଲକ୍ଷ ୯୨ ହଜାର କ୍ୱିଣ୍ଟାଲ ଧାନ ସରକାରୀ ସ୍ଥରରେ କିଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ  ରଖା ଯାଇଥିଲା।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ  ୫୭ ଲକ୍ଷ ୧୩ ହଜାର କ୍ୱିଣ୍ଟାଲ ଧାନ ଯୋଗାଣ ବିଭାଗ ପକ୍ଷରୁ କିଣା ସରିଛି। ବଳକା ୭୯ ହଜାର କ୍ୱିଣ୍ଟାଲ ଧାନ ମଣ୍ଡି ମାନଙ୍କରେ ପଡି ରହିଛି । ପଡି ରହିଥିବା ଧାନର ଚାଷୀମାନଙ୍କୁ ସରକାର ମେ ୮ ରୁ ଟୋକନ ଯୋଗାଇ ଥିଲେ ହେଁ ଜୁନ ୧୭ ପର୍ଯ୍ୟନ୍ତ  ସେମାନେ ସେମାନଙ୍କ ଧାନକୁ ଅମଳ କରି ଶୁଖାଇ  ମଣ୍ଡିକୁ ଆଣିପାରି ନଥିଲେ।

ତେବେ ବିଳମ୍ବ ଯୋଗୁଁ ସେମାନଙ୍କ ଟୋକନ ଗୁଡିକ ରଦ୍ଧ ହୋଇ ଯାଇଥିଲା । ଫଳରେ ଧାନ ବିକ୍ରି କରି ପାରି ନଥିଲେ । ଯାହାକୁ ନେଇ ବାରମ୍ବାର ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇ ଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳ ଗତ ୨୮ ତାରିଖ ସୁଦ୍ଧା ସମସ୍ତ ଧାନ ଉଠିଯିବାକୁ ପ୍ରତିଶ୍ରୁତି ଦେଇଥିଲେ।  ହେଲେ ଧାନ ମଣ୍ଡିରୁ ନ ଉଠିବାରୁ ତାତି ଥିଲେ ଚାଷୀ । ଧାନ କିଣା-ବିକା ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି। ଏ ଯାଏଁ ରବି ଧାନ ବିକ୍ରି କରି ପାରିନାହାନ୍ତି ପାଖରେ ପଇସା ନାହିଁ ନୂଆ ଚାଷ ପାଇଁ ଅଣ୍ଟା ଭିଡିବ ବା କିପରି ।

ହେଲେ ଖରିଫ ଚାଷ ଆରମ୍ଭ ହେଲାଣି ତାକୁ ନେଇ ଚିନ୍ତାରେ ଥିବା ବେଳେ ଏବେ ଅତାବିରା ବ୍ଲକର ଶତାଧିକ  ଚାଷୀ ଆନ୍ଦୋଳନ କରିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ଏସ୍‌ପି ଓ ଉପ-ଜିଲ୍ଲାପାଳ ଚାଷୀଙ୍କୁ ବୁଝାଇ ଥିଲେ ମଧ୍ୟ ଚାଷୀ ଆନ୍ଦୋଳନରୁ ଓହରି ନଥିଲେ ହେଲେ ଉପଜିଲ୍ଲାପାଳ କିନ୍ତୁ ନିର୍ଦ୍ଧାରିତ ସମୟ ସରିଯାଇଥିବାରୁ ଧାନ କିଣିବାକୁ ମନା କରିଦେଛନ୍ତି। ସରକାରୀ ସ୍ଥରରେ ୭୯ ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡିଥିବାକୁ ଜିଲ୍ଲା ପ୍ରଶାସନ ସ୍ବୀକାର କରିଥିବା ବେଳେ ଚାଷୀ କିନ୍ତୁ ୩ ଲକ୍ଷ କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡିରହିଛି ବୋଲି କହୁଛି । ତେବେ ଏତେ ଗୁଡିଏ ଧାନ ଅଣ୍ଡର ରେଟ ରେ ବିକ୍ରି ହେବ ନା ସରକାର କିଣିବେ ଏହା ଉପରେ ରହିଛି ନଜର ।

   Related Posts