ଧାନ କିଣାରେ ଅନିୟମିତତାକୁ ନେଇ ରାସ୍ତା ଅବରୋଧ
11/02/2019 at 4:20 PM

ଦେବଗଡ ୧୧|୨: ଧାନ କିଣାରେ ଅନିୟମିତତାକୁ ନେଇ ରାସ୍ତା ଅବରୋଧ । ଦେବଗଡରେ ଚାଷୀ ସଂଗଠନ ରାସ୍ତା ରୋକ କରିଛନ୍ତି । ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ଦେବଗଡ ଜିଲ୍ଲା ବଳମ ଗାଁ ନିକଟ ଏନଏଚ-୪୯କୁ ଅବରୋଧ କରିଛନ୍ତି ଲୋକେ । କଣ୍ଟାପାଲି ସେବା ସମବାୟ ସମିତି ଓ ବସାଲଇ ସେବା ସମବାୟ ସମିତି ଅଧୀନରେ ଥିବା ବିଭିନ୍ନ ଗାଁର ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।