ମଣ୍ଡିରେ ମିଲରଙ୍କ କଟନି ଛଟନିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଚାଷୀ

Published By : Prameya-News7 Bureau | January 20, 2022 IST

ବାଲିପାଟଣା ୨୦।୧: କଟନି ଛଟନିକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ । ଉତ୍ତରା-ବନମାଳୀପୁର ରାସ୍ତା ବାଲିପାଟଣା ଛକଠାରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ମଟର ଅଟକି ରହିଛି । ଘଟଣାସ୍ଥଳରେ ବାଲିପାଟଣା ଥାନା ଅଧିକାରୀ, ବାଲିପାଟଣା ବିଡ଼ିଓ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲିପାଟଣାର ବିଭିନ୍ନ ସେବା ସମବାୟ ସମିତିରେ ସରକାରୀ ଧାନମଣ୍ଡି ଖୋଲିଥିଲା । ଧାନ ବିକ୍ରି ପାଇଁ ଚାଷୀ ମଣ୍ଡିକୁ ଧାନ ଆଣିଥିଲେ । ମାତ୍ର ମିଲର ଚାଷୀଙ୍କ ଧାନରୁ ଏକ କ୍ଵିଣ୍ଟାଲରେ ୧୦ କିଲୋଗ୍ରାମ୍ ଧାନ କଟନି କରିଥିଲେ । ଯାହାକୁ ଚାଷୀମାନେ ବିରୋଧ କରିଥିଲେ । ଚାଷୀ ଏବଂ ମିଲରଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିଲା । ଟୋକନ ପାଇ ମଧ୍ୟ ଧାନମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିଥିଲା । ଏହାକୁ ବିରୋଧ କରି ଚାଷୀ ଗୁରୁବାର ରାସ୍ତାକୁ ଓହ୍ଲାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.