Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଲକଡାଉନ ଯୋଗୁ ଚାଷୀ ହନ୍ତସନ୍ତ, ବିଲ ମୁଣ୍ଡରେ ସଢୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ପନିପରିବା

15/04/2020 at 12:08 PM

ପାଟଣା ୧୫।୦୪: ଧାର କରଜ କରି ଏକର ଏକର ଜମିରେ ବାଇଗଣ ଚାଷ କରିଛନ୍ତି ଚାଷୀ । ଚାଷ ସିନା ଭଲ ହୋଇଛି କିନ୍ତୁ ଚାଷୀ ମୁହଁରେ ଖୁସି ନାହିଁ । କରୋନା ହିଁ ସାଜିଛି ଏହି ଦୁର୍ଦଶାର କାରଣ ।  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭାଲୁଘର ଗାଁର ଚାଷୀ ଏବେ ବିକ୍ରି ସମୟରେ ଲକଡାଉନ ଯୋଗୁଁ ନିଜ ଅକ୍ଲାନ୍ତ ପରିଶ୍ରମର ଫଳ କୁ  ବଜାର କୁ  ଯାଇ ବିକ୍ରି କରି ପାରୁ ନାହାନ୍ତି ।  ଏମିତି କି ଲକ ଡାଉନ ପାଇଁ କିଣିବା ପାଇଁ କେହି ବଗିଚା କୁ ଆସୁ ନାହାନ୍ତି ।

ଦୁଇ ପଇସା ଲାଭ ପାଇବା ଆଶାରେ କ୍ଷେତ ରେ ମୁଣ୍ଡଝାଳ  ତୁଣ୍ଡରେ ମାରି ଋଣ କରଜ କରି ଚାଷ କରିଥିବା ଚାଷୀ ଙ୍କ ମୁଣ୍ଡରେ ଏବେ ପଡିଛି ଚଡକ। ଅନ୍ୟ ପଟେ ବାଇଗଣ ଗଛ ଭାଙ୍ଗି ଯିବା ଭୟ ରେ ବାଇଗଣ ତୋଳି ଲୋକଙ୍କୁ ମାଗଣା ରେ ଦେଲେ ବି ଲକ୍ ଡାଉନ ଯୋଗୁଁ ନା ବେପାରୀ ଆସୁଛନ୍ତି ନା ବାହାରକୁ ନେଇ ଯାଇ ପାରୁଛନ୍ତି ଚାଷୀ ଏପଟେ ଲକ୍ ଡାଉନକୁ ଏପ୍ରିଲ ୩୦ଯାଏଁ ବୃଦ୍ଧି କରଯାଇବା  ପରେ ଋଣ ଭାର ଚିନ୍ତା ଏବେ ଚାଷୀର ନିଦ ହଜାଇଦେଇଛି। ଏନେଇ ପାଟଣା ସହକାରୀ କୃଷି ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଲକ୍ ଡାଇନ କାରଣରୁ କୃଷି କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି ।.

   Related Posts