ଦୁର୍ଲଭ ପ୍ରଜାତିର ହଳଦିଆ ବେଙ୍ଗକୁ ଦେଖି ଡରିଗଲେ ଗାଁଲୋକ : ତା’ପରେ...

Published By : Prameya-News7 Bureau | July 13, 2020 IST

ଭୋପାଳ ୧୩/୭: ମଧ୍ୟପ୍ରଦେଶରେ ଏକ ତାଜୁବ କରି ଦେବା ଭଳି ଭିଡିଓ ସାମନାକୁ ଆସିଛି। ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଏକ ପୋଖରୀରେ ଦୁର୍ଲଭ ପ୍ରଜାତିର ହଜାର ହଜାର ପ୍ରଜାତିର ବେଙ୍ଗ ବାହାରୁଛନ୍ତି। ଏହି ବେଙ୍ଗଗୁଡ଼ିକ ହଳଦିଆ ରଙ୍ଗର ଯାହାକୁ ଦେଖି ଚାଷୀମାନେ ନିଜ ନିଜ ହିସାବରେ ଅନୁମାନ ଲଗାଉଛନ୍ତି।

{"id":299769,"sizeSlug":"large"}

ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଆମଗାଁଓ ବଡ଼ାରେ ବର୍ଷାଦିନ ହେବା ମାତ୍ରେ ପ୍ରଚୁର ମାତ୍ରାରେ ଦୁର୍ଲଭ ପ୍ରଜାତିର ହଳଦିଆ ବେଙ୍ଗ ଦେଖିବାକୁ ମିଳିଛନ୍ତି। ଏତେ ସଂଖ୍ୟକ ହଳଦିଆ ବେଙ୍ଗ ଦେଖି ସାଧାରଣ ଲୋକେ ଏହାକୁ ବିଷାକ୍ତ ବୋଲି ଆଶଙ୍କା କରିଛନ୍ତି ଏବଂ ଏମାନଙ୍କୁ ଦେଖି ଡରି ଯାଇଛନ୍ତି। ଏଗୁଡ଼ିକୁ ମାରିବାକୁ ଉଦ୍ୟମ ମଧ୍ୟ କରାଯାଉଛି।

{"id":299770,"sizeSlug":"large"}

ସୂଚନା ଅଭାବରେ ଲୋକେ ଏହି ଦୁର୍ଲଭ ପ୍ରଜାତିର ବେଙ୍ଗକୁ ବିଷାକ୍ତ ବୋଲି ମନେ କରୁଥିବାବେଳେ ପରିବେଶବିତଙ୍କ ମତରେ ଏହି ଦୁର୍ଲଭ ପ୍ରଜାତି ଭାରତରେ ଦେଖିବାକୁ ମିଳୁଥିବର ଇଣ୍ଡିଆନ୍ ବୁଲ୍ ଫ୍ରଗ୍ ଯେଉଁଗୁଡ଼ିକ ପ୍ରଜନନ କାଳରେ ନିଜ ରଙ୍ଗ ପରିବର୍ତ୍ତନ କରି ଗାଢ଼ ହଳଦିଆ କରି ଦେଇଥାନ୍ତି। ଏହି କାରଣରୁ ଲୋକେ ଏହାକୁ ବିଷାକ୍ତ ବୋଲି କହୁଛନ୍ତି। କିନ୍ତୁ ଏହା ଭୁଲ୍।

{"id":299771,"sizeSlug":"large"}

ପରିବେଶବିତଙ୍କ ମତରେ ଦୁର୍ଲଭ ପ୍ରଜାତିର ଏହି ଇଣ୍ଡିଆନ୍ ବୁଲ୍ ଫ୍ରଗ୍ ଚାଷୀଙ୍କ ପାଇଁ ମଧ୍ୟ ଲାଭଦାୟକ ଏବଂ ଇକୋ ଫ୍ରେଣ୍ଡଲି। ଏଗୁଡ଼ିକୁ ଡରିବା ଅନୁଚିତ୍।

{"id":299772,"sizeSlug":"large"}

ସୂଚନା ଅଭାବ ଏବଂ ଅଜ୍ଞାନତା କାରଣରୁ ଲୋକେ ପ୍ରକୃତି ବନ୍ଧୁକୁ କ୍ଷତି ପହଞ୍ଚାଉଛନ୍ତି ଯେଉଁଗୁଡ଼ିକ ପ୍ରକୃତି ପାଇଁ ଏବଂ ଆମ ପାଇଁ ଲାଭଦାୟକ। ବୁଲ୍ ଫ୍ରଗ୍ ଭଳି ଦୁର୍ଲଭ ପ୍ରଜାତିକୁ ନଡରି ପ୍ରକୃତି ପାଇଁ ଏହାର ଲାଭ ଏବଂ ସୂଚନା ଲୋକଙ୍କଠାରେ ପହଞ୍ଚାଇବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.