ମରୁଡି ପ୍ୟାକେଜ ଦେବାରେ ଅନିୟମିତତା ଓ ତୁରନ୍ତ ବୀମା ରାଶି ପ୍ରଦାନ ଦାବିରେ ଚାଷୀ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ

Published By : Prameya-News7 Bureau | November 25, 2019 IST

କଣ୍ଟାବାଞ୍ଝି ୨୫।୧୧:  ମରୁଡି ପ୍ୟାକେଜ ଦେବାରେ ଅନିୟମିତତା ,ଓ ତୁରନ୍ତ ବୀମା ରାଶି ପ୍ରଦାନ ଦାବିରେ ଚାଷୀ ସଂଗଠନ ପକ୍ଷରୁ ବେଲପଡା-କଣ୍ଟାବାଞ୍ଝି ରାସ୍ତା ଅବରୋଧ ରାସ୍ତା ଅବରୋଧ । ଚାଷୀଙ୍କ  ରାସ୍ତାରୋକ  ଆନ୍ଦୋଳନ ଯୋଗୁଁ  ଯାତାୟତ ଠପ୍ ହୋଇଛି ।

{"id":189480,"sizeSlug":"large"}

ସୂଚନାଯୋଗ୍ୟ ଯେ, ବେଳପଡା ବ୍ଲକର ବିଭିନ୍ନ ପଂଚାୟତକୁ ୨୦୧୮ ଇନ୍ସୁରାନ୍ସ  ମୁରୁଡ଼ି ପ୍ୟାକେଜ  ଦେବାରେ ଅନିୟମିତତା ସହ କୃଷି ବୀମା ରାଶି ପ୍ରଦାନ ଦାବି ନେଇ ଜୟ କୋଶଳ କୃଷି ସଂଗଠନ ପକ୍ଷରୁ ରାସ୍ତା ଅବରୋଧ । ବେଳପଡା-କଣ୍ଟାବାଞ୍ଜି ରାସ୍ତା ତାରିଣୀ ମନ୍ଦିର ନିକଟରେ ରାସ୍ତା ଅବରୋଧ କରାଯାଉଛି ।  ଆନ୍ଦୋଳନକାରୀ  ରାସ୍ତା ଅବରୋଧ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବିରୋଧ ରେ ନାରାବାଜି କରିଛନ୍ତି । ଚାଷୀଙ୍କ ଦାବି ରହିଛି ଯେ ,  ଏନେଇ ଆମେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାର କୌଣସି ସମାଧାନର ବାଟ ବାହାର କରାଯାଇନାହିଁ ।

{"id":189481,"sizeSlug":"large"}

 ଆଜି ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶ୍ରୁତି ନମିଳିବାଯାଏ ରାସ୍ତାଅବରୋଧ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି । ରାସ୍ତା ରୋକ ଆନ୍ଦୋଳନ ଯୋଗୁ ରାସ୍ତା ର ଦୁଇ ପାର୍ଶ୍ଵରେ ଗାଡି ଅଟକି ରହିଛି  । ଗାଡି ଅଟକିବା ଦ୍ବାରା ଯାତ୍ରୀ ମାନେ  ଅସୁବିଧାର ସମ୍ମୁଖୀନ ହେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.