Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମିଲର୍ସଙ୍କ ଦେଖା ନାହିଁ-ଖୋଲା ଆକାଶ ତଳେ ଶୀତ କାକରରେ ଧାନ ବସ୍ତା ଧରି ପଡି ରହୁଛନ୍ତି ଚାଷୀ

7/12/2019 at 5:18 PM

ସୁବର୍ଣ୍ଣପୁର ୦୭।୧୨-  ସୁବର୍ଣ୍ଣପୁରରେ ମିଲର ରାଜ୍ । ଜିଲ୍ଲାରେ ନଭେମ୍ବର ୧୫ରୁ ମଣ୍ଡି ଖେ।ଲିଥିବା ବେଳେ ଏଯାଏ ମିଲର୍ସଙ୍କ ଦେଖା ନାହିଁ । ଫଳରେ ଖେ।ଲା ଆକାଶ ତଳେ ଶୀତ କାକରରେ ଧାନ ବସ୍ତା ଧରି ପଡି ରହୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଚାଷୀ ।
ଝାଳ ବୁହାଇ କ୍ଷେତରେ ସୁନାର ଫସଲ ଫଳାଇଥିଲା ଚାଷୀ । ଅମଳ ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣିଲା । ଭାବିଥିଲା  ଧାନ ବିକ୍ରି ହେଲେ ହାତକୁ ଦି ପଇସା ଆସିବ । ହେଲେ ମିଲର ପୂରାଇଛନ୍ତି କେଁ । ଚାଷୀ କଟନୀକୁ ବିରେ।ଧ କରୁଥିବା ବେଳେ ମଣ୍ଡିକୁ ଆସୁନାହାନ୍ତି ମିଲର । ଫଳରେ ଚାଷୀ ଏବେ ଶୀତ କାକରରେ ନିଜ  ଫସଲକୁ ଜଗି ପଡ଼ି ରହିଛନ୍ତି ।ଆଉ କିଛି ଚାଷୀ କରଜ ସୁଝିବାକୁ କ୍ବିଣ୍ଟାଲ ପ୍ରତି ହଜାରେ ୧୫ଶହରେ ଦଲାଲଙ୍କ ହାତରେ ଟେକି ଦେଉଛନ୍ତି କଷ୍ଟ ଉପାର୍ଜିତ ଫସଲ । ସେପଟେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରୀ କରିଥିଲେ ବି ଫଳ ଶୂନ୍ ।
ଚାଷୀ ଯେଭଳି ସୁବିଧାରେ ଫସଲ ବିକ୍ରି କରିପାରିବେ ସେଥିପାଇଁ ସରକାରୀ ମଣ୍ଡିର ବ୍ୟବସ୍ଥା ହେଉଛି । କିନ୍ତୁ କିଛି ଲାଭଖେ।ର ଅଧିକାରୀ ଏବଂ ମିଲର୍ସଙ୍କ ମଧୁଚନ୍ଦ୍ରିକା ଯେ।ଗୁଁ ହୀନସ୍ତା ହେଉଛନ୍ତି ଚାଷୀ । ପ୍ରସାଶନର ସବୁ ନିୟମକୁ ବେଖାତିର କରି ଖୁଲମ ଖୁଲା ଚାଲିଛି କଟଣି । ଆଉ ଜାଣି ଅଜଣା ହେଉଛି ଜିଲ୍ଲା ପ୍ରଶାସନ । ସେପଟେ ତହସିଲଦାର କହୁଛନ୍ତି ତଦନ୍ତ କରି ପଦକ୍ଷେପ ନିଆଯିବ ।

   Related Posts