Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଭାଗ ଚାଷୀ ନାଁରେ ବ୍ୟାପକ ଜାଲିଆତି- ଦଲାଲ ମାଲାମାଲ୍

21/12/2019 at 4:40 PM

 ଜୟପୁର ୨୧।୧୨ – ଭାଗ ଚାଷୀ ନାଁରେ ବ୍ୟାପକ ଜାଲିଆତି । ଜାଲିଆତି କରି ଦଲାଲ ମାଲାମାଲ ହେଉଥିବା ବେଳେ ଟୋକନ ନପକାଇ ହତାଶ ଚାଷୀ । କୋରାପୁଟ ଜିଲ୍ଲାର ଜୟପୁର ଓ କୁନ୍ଦୁରା ବ୍ଳକରୁ ଏଭଳି ଅଭିଯେ।ଗ ଆସିବା ପରେ କେନ୍ଦ୍ରୀୟ ଟିମ ଦ୍ବାରା ଆରମ୍ଭ ହୋଇଛି ତନାଘନା । ଏ ପର୍ଯ୍ୟନ୍ତ ୫୦ରୁ ଅଧିକ ନକଲି ଭାଗ ଚାଷୀ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ଆଗକୁ ଆହୁରି ବଢିପାରେ ।

ଭାଗ ଚାଷୀ ନାଁରେ କୋରାପୁଟ ଜିଲ୍ଲାରେ ବ୍ୟାପକ ଜାଲିଆତି ।ଚଞ୍ଚକତା କରି ଜମି ମାଲିକ ଓ ସରପଞ୍ଚ ଙ୍କ ଜାଲ ହସ୍ତଖତ ନେଇ ଲାମ୍ପରେ ନାଁ ପଞ୍ଜିକୃତ କରୁଛନ୍ତି ଦଲାଲ । ଆଉ ଟେ।କନ ନେଇ ମଣ୍ଡିରେ ଧାନ ବିକି ହେଉଛନ୍ତି ମାଲେମାଲ । ଏମିତି ସାଂଘାତିକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଜୟପୁର ଓ କୁନ୍ଦୁରା ବ୍ଳକରୁ । ଅଭିଯେ।ଗ ପରେ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ଟିମ୍ । ଏହି ଦୁଇ ବ୍ଳକରେ ଖାଦ୍ୟ ଓ ଯୋଗାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ସହ ଯୋଗାଣ ବିଭାଗ,କୃଷି ବିଭାଗ ଓ  କୋଅପରେଟିଭ ସୋସାଇଟିର ବରିଷ୍ଠ ସଦସ୍ୟଙ୍କୁ ନେଇ ଗଠିତ  ଟିମ ଆରମ୍ଭ କରିଛି ତନାଘନା ।ଏ ପର୍ଯ୍ୟନ୍ତ ଏହି ଦୁଇ ବ୍ଳକରେ ୫୦ରୁ ଅଧିକ ଦଲାଲ,ସରପଞ୍ଚ ଓ ଜମି ମାଲିକଙ୍କ ଦସ୍ତଖତ ନକଲ କରି ନିଜ ନାଁ ପଞ୍ଜିକୃତ କରିଥିବା ସାମ୍ନାକୁ ଆସିଛି ।ତଦନ୍ତ ଚାଲିଥିବାରୁ ଆଉ ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ ବେ।ଲି କୁହାଯାଉଛି ।

ବର୍ଷ ବର୍ଷ ହେବ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଏଭଳି ଚଂଚକତା ହୋଇ ଆସୁଛି । ଦଲାଲ ଚାଷୀ ନାଁରେ ଧାନ ବିକି ମାଲେମାଲ ହେଉଥିବା ବେଳେ ପ୍ରକୃତ ଚାଷୀ ନିରାଶ ହେୁଛନ୍ତି । ତେବେ ବାରମ୍ବାର ଏପରି ଅଭିଯୋଗ ପରେ ବି ପଦକ୍ଷେପ ନିଆଯାଉନି । କାରଣ ଦଲାଲ ଠାରୁ ଆରମ୍ଭ କରି ନେତା ,ଲ୍ୟାମ୍ପ କର୍ମଚାରୀ ବି ଏଥିରେ ସଂପୃକ୍ତ । ଆଉ ସମୁଦାୟ ଘଟଣାରେ ଲ୍ୟାମ୍ପ ଓ ସ୍ଥାନୀୟ ସରପଞ୍ଚଙ୍କ ଭୂମିକା ଏବେ ସନ୍ଦେହ ଘେରରେ । କାରଣ ଭାଗ ଚାଷ ପାଇଁ ଜମି ମାଲିକଙ୍କ ଦସ୍ତାବିଜ ସହ ସରପଞ୍ଚଙ୍କ ଦସ୍ତଖତ ଆବଶ୍ୟକ । ଆଉ ଏ ସବୁ ଯାଂଚ କରି ଲ୍ୟାମ୍ପରେ ଭାଗ ଚାଷୀଙ୍କ ନାଁ ପଂଜିକୃତ ହୋଇଥାଏ।ହେଲେ ଦସ୍ତଖତ ନକଲି କହି ସରପଞ୍ଚ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିବା ବେଳେ ଲ୍ୟାମ୍ପ କର୍ମଚାରୀ ସାମ୍ନାକୁ ଆସୁନାହାନ୍ତି।ସେପଟେ ପୁରା ଯାଂଚ ସରିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

କେବଳ ଧାନ ମଣ୍ଡି ନୁହେଁ । ବିହନ ବିକ୍ରି କରିବାକୁ ବିହନ ନିଗମରେ ବି ଏପରି ଚଂଚକତା କରାଯାଇଥିବା ଅଭିଯୋଗ ହେଉଛି । ତେଣୁ ଏସବୁକୁ ବି ତଦନ୍ତ ପରିସରଭୁକ୍ତ କରିବା ନିହାତି ଜରୁରୀ।

   Related Posts