ଦାଉ ସାଧିଛି ଅଦିନିଆ ବର୍ଷା : ୧ ହଜାର ୭୧୦ ହେକ୍ଟର ମୁଗ ଚାଷ ସଂପୂର୍ଣ୍ଣ ଭାବରେ ପ୍ରଭାବିତ

Published By : Prameya-News7 Bureau | March 14, 2020 IST

ବୌଦ୍ଧ ୧୪/୩: ବୌଦ୍ଧରେ ଚାଷୀଙ୍କୁ ଦାଉ ସାଧିଛି ଅଦିନିଆ ବର୍ଷା । କୁଆପଥର ମାଡ ଯେ।ଗୁଁ ବ୍ୟାପକ ବିରି ଫସଲ କ୍ଷତିଗ୍ରସ୍ତ ହେ।ଇଛି । ସେପଟେ ମିଲର୍ସ ଆସୁନଥିବାରୁ ମଣ୍ଡିରେ ପଡି ଗଜା ମାରିଲାଣି ଧାନ । ପ୍ରଶାସନିକ ଅବହେଳା ଓ ପ୍ରାକୃତିକ ଦୁର୍ବିପାକର ଶୀକାର ପାଲଟିଥିବା ଚାଷୀ ଏବେ ଚିନ୍ତାରେ ।

{"id":238372,"sizeSlug":"large"}

ବୌଦ୍ଧ ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ଅଦିନିଆ ବର୍ଷ। । କୁଆ ପଥର ମାଡରେ ପନିପରିବା ଚାଷ ସହ ମୁଗ ଫସଲ ବ୍ୟାପକ  ଭାବେ ନଷ୍ଟ ହେ।ଇଛି । ଚଳିତ ବର୍ଷ ଖରିଫ ଋତୁରେ ବୌଦ୍ଧ ଜିଲ୍ଲାରେ ୧୩ ହଜାର ୯୫୦ହେକ୍ଟର ଜମିରେ ମୁଗ ଚାଷ କରିଥିଲେ ଚାଷୀ । ବୌଦ୍ଧ ବ୍ଲକରେ ୫ହଜାର ୪୫୦ହେକ୍ଟର, ହରଭଙ୍ଗା ବ୍ଲକରେ ୪ ହଜାର ୪୫୦ ହେକ୍ଟର ଏବଂ କଂଟାମାଳ ବ୍ଲକରେ ୪ହଜାର ୫୦ ହେକ୍ଟର ଜମିରେ ମୁଗ ଚାଷ କରାଯାଇଥିଲା ।ହେଲେ ଅଦିନିଆ ବର୍ଷ। ଓ କୁଆ ପଥର ବୃଷ୍ଟି ଯୋଗୁଁ ବୌଦ୍ଧ ବ୍ଲକରେ ୩ ହଜାର ୩୧୦ ହେକ୍ଟର, ହରଭଙ୍ଗା ବ୍ଲକରେ ୨ ହଜାର ୨୧୫ ହେକ୍ଟର ଏବଂ କଂଟାମାଳ ବ୍ଲକରେ ୧ ହଜାର ୭୧୦ ହେକ୍ଟରର ମୁଗ ଚାଷ ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି । ଯାହାକି ପ୍ରାୟ ୭ ହଜାର ୩୩୫ ହେକ୍ଟରର ମୁଗ ଚାଷ ପ୍ରାୟତଃ ନଷ୍ଟ ହୋଇଥିବା ଜିଲ୍ଲା କୃଷି ବିଭାଗ ରିପୋର୍ଟ ଦେଇଛି । ତେବେ ମୁଗ ଚାଷରେ କ୍ଷତି ସହିଥିବା ଚାଷୀ କ୍ଷତିପୁରଣ ଦେବାକୁ ଦାବି କରିଛନ୍ତି ।

{"id":238373,"sizeSlug":"large"}

ସେପଟେ ଟେ।କନ ସମସ୍ୟାକୁ ନେଇ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ମିଲର୍ସଙ୍କ ଦେଖାନଥିବାରୁ ମଣ୍ଡିରେ ଧାନ ପଡି ରହି ଗଜା ମାରିଲାଣି । ଜିଲ୍ଲାରେ ପ୍ରାୟ ୬୫୦ଜଣ ଚାଷୀଙ୍କ ଟୋକନ ରଦ୍ଦ ହୋଇଛି । ଧାନ ବିକ୍ରି ଟଙ୍କାରେ କିଏ ଝିଅ ବାହାଘରର ସ୍ବପ୍ନ ଦେଖୁଛି ତ ଆଉ କିଏ ପିଲାଛୁଆଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଉଚ୍ଚ ଶିକ୍ଷାର ସ୍ବପ୍ନ ଦେଖୁଛି । ହେଲେ ପ୍ରଶାସନିକ ଅଧିକାରୀମାନଙ୍କ ଖାମଖିଆଲ ନୀତି ଯେ।ଗୁଁ ହଇରାଣ ହେଉଛନ୍ତି ଚାଷୀ । ଏବେ ଗଜା ଧାନକୁ କିଣିବ କିଏ ତାହା ପ୍ରଶ୍ନବାଚୀ । ଫଳରେ ଜିଲ୍ଲାରେ ଧିରେ ଧିରେ ଚାଷୀଙ୍କ ଅସନ୍ତେ।ଷ ଆନ୍ଦୋଳନର ରୂପ ନେବାକୁ ଲାଗିଛି । ତେବେ ଜିଲ୍ଲାର ମୁଗ ଚାଷୀ ଏବଂ ମଣ୍ଡିରେ ଦେଖାଦେଇଥିବା ସମସ୍ୟାକୁ ନେଇ ଆମେ ଭେଟିଥିଲୁ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ।

{"id":238374,"sizeSlug":"large"}

ଚକଡା ପୋକ, ଅଦିନିଆ ବର୍ଷ। ତଥା ବିଭିନ୍ନ ରୋଗ ପୋକ ଦାଉରୁ ରକ୍ଷା କରିବା ପରେ ବଳକା ଧାନକୁ ବିକ୍ରୀ କରି ଦୁଇ ପଇସା ରୋଜଗାରର ଆଶା ରଖିଥିଲା ବୌଦ୍ଧ ଜିଲ୍ଲାର ଚାଷୀ । ହେଲେ ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ଏବେ ଦେ।ଷ ନଥାଇ ବି ଦଣ୍ଡ ଭେ।ଗିବେ ଚାଷୀ ।  

{"id":238375,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.