ଧାନ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା – ଚାଷୀ ହନ୍ତସନ୍ତ

Published By : Prameya-News7 Bureau | December 09, 2019 IST

ନବରଙ୍ଗପୁର ୦୯।୧୨ - କେବେଠୁ ଅମଳ ସରିଲାଣି । ଏବେ ଧାନ ବିକ୍ରି କରିବାର ବେଳ । କିନ୍ତୁ ନବରଙ୍ଗପୁରରେ ମଣ୍ଡି ଗୁଡିକରେ ଲାଗି ରହିଛି ଅଚଳାବସ୍ଥା । ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ମଣ୍ଡିରେ  ମିଲରଙ୍କୁ ଆକ୍ରମଣ ଘଟଣାକୁ ପ୍ରତିବାଦ କରି ମଣ୍ଡି ଅଚଳ କରିଦେଇଛି ମିଲ ମାଲିକ ସଂଘ । ସେପଟେ ମଣ୍ଡିକୁ ଧାନ ଆଣି ଚାଷୀ ହଟହଟା । 

{"id":195722,"sizeSlug":"large"}

ମଣ୍ଡିରେ ଗଦା ହେ।ଇ ରହିଛି ଧାନ । କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଧରି ଖେ।ଲା ଆକାଶ ତଳେ ପଡି ରହିଛନ୍ତି ଚାଷୀ । କିନ୍ତୁ ଧାନ କିଣା ହେଉନି । ମିଲ ମାଲିକଙ୍କୁ ଆକ୍ରମଣ ପ୍ରତିବାଦରେ ମଣ୍ଡି ଅଚଳ କରିଦେଇଛନ୍ତି ମିଲର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ମହାଲକ୍ଷ୍ମୀ ରାଇସ ମିଲର ମାଲିକ ବି. ପରମେଶ୍ବର ଗୁପ୍ତା ଙ୍କ ସହ ଚିତ୍ରକୋଟ ଗାଁର ଚାଷୀ ଶଶି ଭାନୁ ବିଷୋୟୀ ଙ୍କ ସହ କୌଣସି ଏକ କାରଣରୁ ବଚସା ହୋଇଥିଲା । ପରେ ଶଶି ଭାନୁଙ୍କ ପୁଅ ବିରଞ୍ଚି ବିଷୋୟୀ ଓ ତାଙ୍କର କିଛି ସାଙ୍ଗ ବି. ପରମେଶ୍ବର ଗୁପ୍ତାଙ୍କୁ  ଆକ୍ରମଣ କରିଥିଲେ । ଏନେଇ  ମିଲ ମାଲିକ ପରମେଶ୍ବର ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେଇଛନ୍ତି । ଏଥି ସହ ମିଲ ମାଲିକଙ୍କୁ ଆକ୍ରମଣର ପ୍ରତିବାଦରେ ମଣ୍ଡି ବର୍ଜ୍ଜନ କରିଛନ୍ତି ।

{"id":195723,"sizeSlug":"large"}

ଅନ୍ୟପଟେ ମଣ୍ଡି ଖେ।ଲିବାକୁ ଅପେକ୍ଷା କରିଛନ୍ତି ଚାଷୀ । ଧାନ କିଣା ହେଉନି କି ମିଲର୍ସ ଚାଷୀ ବିବାଦର ସମାଧାନ ହେଉନି । ଘଟଣାରେ ଯୋଗାଣ ବିଭାଗ ହସ୍ତକ୍ଷେପ କରି ତୁରନ୍ତ ମଣ୍ଡି ଚାଲୁ କରିବାକୁ ଦାବି ହେ।ଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.