ପଙ୍ଗପାଳଙ୍କ ଭୟରେ ଛାନିଆ ଚାଷୀ: ଓୟୁଏଟି ବିଶେଷଜ୍ଞଙ୍କ ମତ- ଏସବୁ ଝିଣ୍ଟିକା

Published By : Prameya-News7 Bureau | May 31, 2020 IST

କେନ୍ଦୁଝର୩୧/୫: ପଙ୍ଗପାଳଙ୍କୁ ନେଇ ଚାଷୀଙ୍କ ଭିତରେ ଆତଙ୍କ ଖେଳିଲାଣି । କେନ୍ଦୁଝରରେ ଝିଣ୍ଟିକା ପରି ଦେଖାଯାଉଥିବା ମାଳ ମାଳ ପୋକ ଏବେ ଦେଖା ଦେଲେଣି। ଏମାନଙ୍କୁ ଦେଖି ଚାଷୀ ଛାନିଆ । ଏପଟେ ଓୟୁଏଟି ବିଶେଷଜ୍ଞ ସବୁ ଝିଣ୍ଟିକା ପଙ୍ଗପାଳ ନୁହେଁ ବୋଲି କହିଥିବାବେଳେ ସରକାର ଖୁବଶୀଘ୍ର ମୁକାବିଲା ନେଇ ଏସଓପି ଜାରି କରିବେ । ଏପରି କି  ପଙ୍ଗପାଳ ନିୟନ୍ତ୍ରଣ ପାଇଁ ୨୪କଣ୍ଟ୍ରୋଲ ଖୋଲିବା ସହିତ ବ୍ଲକ ଓ ଜିଲ୍ଲା ସ୍ତରରେ ପ୍ରସ୍ତୁତ ରିହିବା ସହ  ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନେର୍ଦେଶ ଦେଇଛନ୍ତି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ।  

ପଙ୍ଗପାଳଙ୍କୁ ନେଇ ଆତଙ୍କ ଖେଳିଗଲାଣି । ଚାଷୀ  କେଉଁଠି କ୍ଷେତରେ ନିଆଁ ଲଗାଇଲେଣି ତ  ଆଉ କେଉଁଠି ମେଡିସିନ ସ୍ପ୍ର କଲେଣି । କାରଣ କ୍ଷେତରେ ଦେଖାଦେଲେଣି ମାଳମାଳ ଝିଣ୍ଟିକା। ଯେଉଁ ଗଛରେ ବସିଛନ୍ତି ସେ ଗଛକୁ ଖାଇ ଲାଣ୍ତା କରି ଦେଉଛନ୍ତି। ଏହାକୁ ନେଇ ଭୟରେ କେନ୍ଦୁଝର ଓ ବାଲେଶ୍ବରର ଚାଷୀ। ଏପଟେ କେନ୍ଦ୍ର ସରକାର ଜୁନ ପ୍ରଥମ ସପ୍ତାହ ପଙ୍ଗପାଳ ଓଡିଶା ଓ ବିହାର ଆସିବା ନେଇ ରାଜ୍ୟସରକାରଙ୍କୁ ସଙ୍କେତ ଦେଇଛନ୍ତି । ବର୍ତମାନ ପଙ୍ଗପାଳ ଆସିବା ନେଇ ପରିବେଶ ପୂରା ସୁହାଉଛି । ତାପମାତ୍ରା ଅଧିକ ରହିବା ସହ କାଳବୈଶାଖୀ ବର୍ଷା ହେଉଛି । ପଶ୍ଚିମା ବାୟୁ ବୋହୂଛି। ମାଟି ସନ୍ତସନ୍ତିଆ ରହୁଛି। ଏହି ସମୟ ପଙ୍ଗପାଳକୁ ବଂଶବୃଦ୍ଧି କରିବାରେ ବେଶୀ ସହାୟକ ହୁଏ। ସେଥିପାଇଁ ଏମାନେ ଓଡିଶା ଆସିବାର ବେଶି ସମ୍ଭାବନା ରହିଛି ବୋଲି କହିଛନ୍ତି ସୁରେନ୍ଦ୍ରନାଥ ପଶୁପାଳକ ।

ଏଭଳି ଆଶାଙ୍କା ଦେଖି ପଙ୍ଗପାଳ ମୁକାବିଲା ନେଇ ରାଜ୍ୟସରକାର ଖୁବଶିଘ୍ର ଏସଓପି ଜାରି କରିବେ । ଏହା ସହିତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକଙ୍କ ଅଧୀନରେ ୨୪ ଘଣ୍ଟିଆ କଣ୍ଟୋଲ ରୁମ ଖୋଲାଯାଇଛି।ବ୍ଲକ ଓ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଟିମ ଗଠନ କରାଯାଇଛି । ଏଥିରେ  ଓୟୁଏଟି ଓ ବିଦ୍ୟାଧରପୁର ବିଶେଷଜ୍ଞ ରହିଛନ୍ତି। ବ୍ଲକ ଓ ଜିଲ୍ଲା ସ୍ତରରୁ ପ୍ରତିଦିନ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି।  ଏହା ସହିତ ପ୍ରର୍ଯ୍ୟପ୍ତ ପରିମାଣର କୀଟ ନାଶକ ଓୌଷଧ ଏବଂ ଟ୍ରାକ୍ଟର ସ୍ପେ୍ର ରଖିବାକୁ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି।

ଏପଟେ ସବୁ ଝିଣ୍ଟିକା ପଙ୍ଗପାଳ ନୁହେଁ ବୋଲି ଓୟୁଏଟି କହିଥିବାବେଳେ ଫିଙ୍କ କଲର ପଙ୍ଗପାଳ ସବୁଠୁ ବିପଦଜନକ ବୋଲି କହିଛନ୍ତି। ମୌସୁମୀ ବାୟୁ ବିଳମ୍ବ ହେଲେ ଓଡିଶା ପାଇଁ ବିପଦ ରହିଛି । ମୌସୁମୀ ବାୟୁ ଆସିଲେ ସେମାନେ ଫେରିଯିବେ। ତଥାପି ଚାଷୀ ସର୍ତକ ରହିବବା​‌ ନିହାତି ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.