ବାତ୍ୟା ବିପଦ ଟଳିଛି: ଅବପାତ ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ଚିନ୍ତାରେ ଚାଷୀ

Published By : Prameya-News7 Bureau | December 05, 2021 IST

ଭଦ୍ରକ ୦୫/୧୨: ଟଳିଛି ବାତ୍ୟା ବିପଦ । ହେଲେ ଅବପାତ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଗତକାଲି ରାତିରୁ ଅବିଶ୍ରାନ୍ତ ବର୍ଷା ଜାରି ରହିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମୁଖ୍ୟତଃ ଫସଲକୁ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି । ବର୍ତ୍ତମାନ ଧାନ ଅମଳର ସମୟ, ଜମିରେ ହେକ୍ଟର ହେକ୍ଟର ପାଚିଲା ଧାନ ପଡି ରହିଛି ।

ଏବେ ବହୁ ମାତ୍ରାରେ ପାଚିଲା ଧାନ ଜମିରେ କଟା ହୋଇ ପଡ଼ିରହିଛି । ବର୍ତ୍ତମାନ ବର୍ଷା ଜାରି ରହିଥିବାରୁ, ଚାଷୀକୂଳ ମନରେ ଛନକା ଦେଖାଦେଇଛି । ଧାନ ଜମିରେ ବର୍ଷା ଜଳ ଜମି ରହି ଧାନ ନଷ୍ଟ ହେବା ଆଶଙ୍କାରେ ଚାଷୀ । ବର୍ଷା ଦାଉରୁ ନିଜର ଅମଳକ୍ଷମ ଧାନକୁ ରକ୍ଷା କରିବା ପାଇଁ ଯେନତେନ ପ୍ରକାରର ଚାଷୀ ତାହାର ଚେଷ୍ଟା ଚଳାଇଛି । ଆରମ୍ଭରୁ କରୋନା ପରେ ପରେ ସ୍ବଳ୍ପ ବର୍ଷା ଯୋଗୁଁ ଚାଷ ଉପରେ ପ୍ରବଳ ପ୍ରଭାବ ପକାଇଥିଲା ।

ଧିରେ ଧିରେ ଚାଷକୁ ଚାଷୀମାନେ ଆଗେଇ ନେଇଥିଲେ । ଆଶା ଥିଲା କିଛି ଭଲ ଅମଳ ହେବ ବୋଲି । କିନ୍ତୁ ପରେ ଅଦିନିଆ ବର୍ଷା ଓ ଚକଡା ପୋକ ପାଚିଲା ଧାନକୁ ନଷ୍ଟ କରିଥିଲା । ଏବେ ପ୍ରବଳ ବର୍ଷା ଯୋଗୁଁ ଅମଳକ୍ଷମ ହେବାକୁ ଥିବା ଧାନ ଗୁଡିକ ନଷ୍ଟ ହେବା ନେଇ ଆଶଙ୍କାରେ ଚାଷୀକୂଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.