ଆଜି ୯ କୋଟିରୁ ଅଧିକ କୃଷକଙ୍କୁ ସରକାର ଦେବେ ଟଙ୍କା, ୬ ରାଜ୍ୟର ଅନ୍ନଦାତାଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ, ୨୫|୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କିଷାନ ସମ୍ମାନ ନିଧି ଯୋଜନାର ପରବର୍ତ୍ତୀ କିସ୍ତୀ ପ୍ରଦାନ କରିବେ । ପିଏମଓ ଅନୁସାରେ ଗୋଟିଏ ବଟନ୍ ଚାପି ପ୍ରଧାନମନ୍ତ୍ରୀ ୯ କୋଟିଏରୁ ଅଧିକ କୃଷକଙ୍କୁ ୧୮ ହଜାର କୋଟି ଟଙ୍କା ପ୍ରଦାନ କରିବେ ।

ପିଏମଓର କହିବାନୁସାରେ, ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୬ଟି ରାଜ୍ୟର କୃଷକଙ୍କ ସହ କଥାହେବେ । ପିଏମ-କିଷାନ ଓ କେନ୍ଦ୍ର ସରକାରଙ୍କ ଅନ୍ୟ କୃଷି କଲ୍ୟାଣ ଯୋଜନାକୁ ନେଇ କୃଷକମାନେ ନିଜର ଅଭିଜ୍ଞତା ମୋଦୀଙ୍କୁ କହିବେ ।

ଏହି ଯୋଜନାରେ ପ୍ରତିବର୍ଷ ତିନୋଟି କିସ୍ତୀରେ କୃଷକଙ୍କ ଖାତାରେ ୬୦୦୦ ଟଙ୍କା ପଠାଯାଏ । ୨୦୦୦ ଟଙ୍କାର ରାଶି ତିନୋଟି କିସ୍ତୀରେ କୃଷକଙ୍କ ଖାତାରେ ଡିପୋଜିଏ କରାଯାଏ । ଏହି କାର୍ଯ୍ୟକ୍ରମ ସେହି ସମୟରେ ହେଉଛି ଯେତେବେଳେ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଏକତ୍ର ହୋଇ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି । କିନ୍ତୁ ସରକାର କହୁଛନ୍ତି ଯେ, ଏହି ଆଇନ କୃଷକଙ୍କ ହିତକୁ ନଜରରେ ରଖି ଅଣାଯାଇଛି ।

wp:html /wp:html

ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଶୁକ୍ରବାର ଦେଶର ଅନ୍ନଦାତାଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ । ଦିନ ୧୨ଟାକୁ ଭିଡିଓ କନଫରେନ୍ସିଂରେ ୯କୋଟିରୁ ଅଧିକ କୃଷକ ପରିବାରକୁ ପିଏମ-କିଷାନ ନିଧି ଯୋଜନାରେ ଲାଭ ମିଳିବ । ଏହି ଅବସରରେ ସେ ଅନେକ ରାଜ୍ୟର କୃଷକଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.