ଖରିଫ ପାଇଁ ଚାଷୀଙ୍କୁ ଅକ୍ଷୟ ତୃତୀୟା ଦିନ ମିଳିବ ୫ହଜାର ଟଙ୍କା ଏବଂ ରବି ଫସଲ ପାଇଁ ନୂଆଖାଇ ଦିନ ମିଳିବ ୫ହଜାର ଟଙ୍କା

Published By : Prameya-News7 Bureau | January 25, 2019 IST

ପୁରୀ ୨୫|୧: କାଳିଆ ଯୋଜନା ଦ୍ବାରା ଉପକୃତ ହେବେ ଏ ରାଜ୍ୟର ଅନ୍ନଦାତା  । ଚାଷୀମାନେ ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି । ଚାଷୀ ଦେଉଥିବା ଚାଉଳ ଓ ପରିବାରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀମାନେ ଏକ ମହାନ କାର୍ଯ୍ୟ କରୁଛନ୍ତି । ତେଣୁ ଚାଷୀମାନଙ୍କୁ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ହୋଇଥିବା ଯୋଜନାର ନାଁ କାଳିଆ ରଖାଯାଇଛି । ଆଜି  ପୁରୀ ମାଳତୀପାଟପୁରଠାରେ ଅନୁଷ୍ଠିତ ଚାଷୀ ସମାବେଶରେ ଏମିତି କିଛି  ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ପ୍ରଶଂସା କରିବା ସହ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ୧୨ଲକ୍ଷ ୪୫ହଜାର ଚାଷୀଙ୍କ ବ୍ୟାଙ୍କ୍‌ ଖାତାକୁ ଆସିବ ଯୋଜନା ଟଙ୍କା ।

{"id":77952}

ପ୍ରଥମେ ପୁରୀ ଯାଇ କାଳିଆ ଦର୍ଶନ । ତା’ପରେ ମାଳତୀପାଟପୁର ଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ   କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ । କହିଥିଲେ, ଚାଷୀମାନେ ସାରା ରାଜ୍ୟକୁ ଅନ୍ନ ଯୋଗାଉଛନ୍ତି । ଚାଷୀ ଦେଉଥିବା ଚାଉଳ ଓ ପରିବାରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀମାନେ ଏକ ମହାନ କାର୍ଯ୍ୟ କରୁଛନ୍ତି । ତେଣୁ ଚାଷୀମାନଙ୍କୁ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ହୋଇଥିବା ଯୋଜନାର ନାଁ କାଳିଆ ରଖାଯାଇଛି ।

{"id":77953}

ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ଭୂମିହୀନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ଡିବିଟି ମାଧ୍ୟମରେ ୫ହଜାର ଟଙ୍କା ଲେଖାଏଁ ଦିଆଯିବ । ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ୍‌ ଖାତାକୁ ଆସିବ । ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ୪୫ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । ଆଜି ଠାରୁ ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ଏହି ଯୋଜନାରେ ଚୟନ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ ।

{"id":77954}

କାଳିଆ ଯୋଜନାରେ ରାଜ୍ୟର ସବୁ ଚାଷୀ, ବିଶେଷ କରି କ୍ଷୁଦ୍ର ଚାଷୀ, ଭାଗଚାଷୀ, ଏବଂ କୃଷି ଶ୍ରମିକଙ୍କୁ ସୁବିଧା ଦିଆଯିବ । ଚାଷୀମାନଙ୍କୁ ଖରିଫ ପାଇଁ ଅକ୍ଷୟ ତୃତୀୟା ଦିନ ୫ହଜାର ଟଙ୍କା ଏବଂ ରବି ଫସଲ ପାଇଁ ନୂଆ ଖାଇ ଦିନ ମିଳିବ ୫ହଜାର ଟଙ୍କା । ଚାଷୀଙ୍କ ଋଣ ଚାଡ଼ ଯୋଜନାରେ ଓଡ଼ିଶା ସରକାର ସାମିଲ ନହୋଇ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ଲକ୍ଷ୍ୟରେ ଏହି ଯୋଜନା କରିଛନ୍ତି ରାଜ୍ୟ ସରକାର । ଏହା ଦ୍ବାରା ରାଜ୍ୟର ୬୨ଲକ୍ଷ ଚାଷୀ ଉପକୃତ ହୋଇପାରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.