ଆଜି ସଦଭାବନା ଦିବସ ପାଳନ କରିବେ କୃଷକ, ଦିନ ସାରା ରହିବେ ଉପବାସ

Published By : Prameya-News7 Bureau | January 30, 2021 IST

ଭୁବନେଶ୍ୱର,୩୦/୦୧: ନୂଆ କୃଷି ଆଇନକୁ  ନେଇ କୃଷକ ଆନ୍ଦୋଳନ ଏବେବି ଥମିବାର ନାଁ ନେଉନାହିଁ । ଏବେବି କୃଷକମାନେ ଆନ୍ଦୋଳନ କରୁଛନ୍ତି ।ଶନିବାର ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥିରେ କୃଷକମାନେ ଉପବାସ ରହିବେ । ଏହାକୁ କୃଷକମାନେ ସଦଭାବନା ଦିବସ ଭାବେ ପାଳନ କରିବେ ।

କିଷାନ ଏକତା ମୋର୍ଚ୍ଚାର ନେତାମାନେ ଦେଶବାସୀଙ୍କୁ କହିଛନ୍ତି ଯେ, ଜନତା ସେମାନଙ୍କର ଅନଶନରେ ସାମିଲ ହୁଅନ୍ତୁ । ଆନ୍ଦୋଳନକୁ ସମର୍ଥନ କରନ୍ତୁ । ୩୦ ଜାନୁଆରୀକୁ ସଦଭାବନା ଦିବସ ଭାବେ ପାଳନ କରାଯିବ । ସମସ୍ତ ନେତା ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ ଉପବାସ ରହିବେ ।

ସୂଚନାଯୋଗ୍ୟ, ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ କୃଷକମାନେ ହିଂସାକାଣ୍ଡ ଘଟାଇଥିଲେ । ଏହାପରେ କୃଷକ ଆନ୍ଦୋଳନ ଦୁର୍ବଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଅନେକ ସଙ୍ଗଠନ ଆନ୍ଦୋଳନରୁ ଓହରିଯାଇଥିଲେ । କିନ୍ତୁ ରାକେଶ ଟିକୈତଙ୍କ ଭାଷଣ ପରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ।

ଏହାମଧ୍ୟରେ ଶୁକ୍ରବାର ମୁଜାଫରନଗରରେ କୃଷକମାନେ ମହାପଞ୍ଚୟତ ଆୟୋଜନ କରିଥିଲେ । ଏଥିରେ ମୁଜାଫରନଗର ଓ ପଶ୍ଚିମ ୟୁପିର ଅନ୍ୟ ଜିଲ୍ଲାରେ ଶନିବାର ଦିଲ୍ଲୀ ଆଡେ ରାଲି ବାହାରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମହାପଞ୍ଚାୟତରେ ଆରଏଲଡି ନେତା ଜୟନ୍ତ ଚୌଧରୀ ଓ ଆପ୍ ନେତା ସଞ୍ଜୟ ସିଂ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.