୨୬ ଜାନୁୟାରୀ ଚାଷୀଙ୍କ ଟ୍ରାକ୍ଟର ପରେଡରେ ଯୁବକ ଦେଖାଇବେ କଳାବାଜୀ, ମହିଳା କରିବେ ଭଜନ କିର୍ତ୍ତନ, ଆଇନ ବିରୋଧରେ ଚାଲିବ ପ୍ରଜ୍ଞାପନ ମେଢ

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪।୧: ସଂଶୋଧିତ କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କୁ ଦିଲ୍ଲୀ ପୋଲିସ ୨୬ ଜାନୁୟାରୀ ଟ୍ରାକ୍ଟର ପରେଡ ଲାଗି ଅନୁମତି ଦେଇଛି। ଏଥିଲାଗି ହଜାର ହଜାର ଟ୍ରାକ୍ଟର ରାଜଧାନୀ ପହଞ୍ଚି ସାରିଥିବା ବେଳେ ସାଧାରଣତନ୍ତ୍ର ଦିବସ ପରେଡକୁ ଖାସ କରିବା ଲାଗି ଚାଷୀସଙ୍ଗଠନ ଲାଗିପଡିଛନ୍ତି। ତେବେ ଆସନ୍ତୁ ଜାଣିବା ପରେଡକୁ ଆକର୍ଷକ କରିବାକୁ କ’ଣ କରିବେ ଚାଷୀ।

ଦିଲ୍ଲୀ ରାଜପଥ ଭଳି ଚାଷୀଙ୍କ ପରେଡରେ ବି ବାହାରିବ ପ୍ରଜ୍ଞାପନ ମେଢ। ଏଥିରେ ଚାଷୀ ସରକାରଙ୍କ ନୂଆ କୃଷି ଆଇନକୁ କାହିଁକି ବିରୋଧ କରୁଛନ୍ତି। ଆଇନରେ ଚାଷୀଙ୍କର ହେଉଥିବା କ୍ଷତି, ଆଇନରେ ଚାଷୀ ହରାଉଥିବା ସୁବିଧା ସୁଯୋଗ ଆଦି ନେଇ ଜନସଚେତନତା ନିମନ୍ତେ ପ୍ରଜ୍ଞାପନ ମେଢ ବାହାର କରିବାକୁ ଯୋଜନା କରିଛନ୍ତି। ଏହା ଛଡା ପରେଡରେ ଜାତୀୟ ସଙ୍ଗୀତ ସାଙ୍ଗକୁ ଚାଷୀଙ୍କ ଗୀତ,ଭଜନ କିର୍ତ୍ତନ ମଧ୍ୟ ହେବ। ସେହିପରି ଯୁବ ଚାଷୀମାନେ ଟ୍ରାକ୍ଟରରେ କଳାବାଜୀ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି।

{"id":397849,"sizeSlug":"large","linkDestination":"none"}

ଏକ ସମୟରେ ରାଜଧାନୀର ସବୁ ସୀମାରୁ ବାହାରିବ ପରେଡ
ଭାରତୀୟ କିଷାନ ୟୁନିୟନ(ବିକେୟୁ) ପ୍ରଥମ ଥର ଜାତୀୟ ରାଜଧାନୀରେ ରାଜପଥ ସମାନ୍ତରାଳରେ ଟ୍ରାକ୍ଟର ପରେଡ କରିବେ। ସ୍ୱାଧୀନ ଭାରତ ଇତହାସରେ ଏହା ପ୍ରଥମ ଥର ହେବାକୁ ଯାଉଥିବା ବେଳେ ପରେଡକୁ ଲୋକଙ୍କ ଲାଗି ଆକର୍ଷଣୀୟ କରିବା ଲାଗି ସବୁ ପ୍ରକାର ପ୍ରଯତ୍ନ କରାଯାଇଛି। ବିକେୟୁ ମୁଖପାତ୍ରଙ୍କ ଅନୁସାରେ ଦିଲ୍ଲୀ ରାଜପଥରେ ଜାତୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଶେଷ ହେବାମାତ୍ରେ ଦିଲ୍ଲୀର ସବୁ ସୀମାରୁ ଏକକାଳୀ ଟ୍ରାକ୍ଟର ପରେଡ ବାହାରିବ ବୋଲି କହିଛନ୍ତି।

ବାହାରିବ ପ୍ରଜ୍ଞାପନ ମେଢ, ଦେଶ ଭକ୍ତି ସଙ୍ଗୀତରେ ଉଛୁଳିବ ପରିବେଶ
କୃଷକନେତା ପ୍ରତିଭା ସିନ୍ଦେଙ୍କ ଅନୁସାରେ ସବୁ ଟ୍ରାକ୍ଟରରେ ପୋଷ୍ଟର ଲାଗିବ। ଏଥିରେ କିଷାନ ଏକତା ଜିନ୍ଦାବାଦ ଓ କଳାକାନୁନ ପ୍ରତ୍ୟାହାର ନେଇ ଦାବି ରହିବ। ଏହା ଛଡା ଆଇନ ନେଇ ଲୋକଙ୍କୁ ସଚେତନ କରିବା ଲାଗି ପ୍ରଜ୍ଞାପନ ମେଢ ମଧ୍ୟ ତିଆରି ହେଉଛି। ମହିଳା ଚାଷୀମାନେ ଦେଶଭକ୍ତି ଗୀତ ଓ ଭଜନ କିର୍ତ୍ତନ ସହ ପରେଡରେ ଆଗକୁ ବଢିବେ। ଏହା ଛଡା ଯୁବ କୃଷକମାନେ କିଛି ଦେଶଭକ୍ତି କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।

{"id":397852,"sizeSlug":"large","linkDestination":"none"}

ବିଶୃଙ୍ଖଳା ଲାଗି କଳାକାର ଓ ଅଭିନେତା ରହିବେ ଦୂରରେ
ଚାଷୀଙ୍କ ପରେଡରେ ଅନେକ କଳାକାର ଓ ସଙ୍ଗୀତ କଳାକାର ମଧ୍ୟ ଭାଗନେବାକୁ ଆଗ୍ରହୀ ଅଛନ୍ତି। ତେବେ ପରେଡରେ ବିଶୃଙ୍ଖଳା ନହେଉ ସେଥିଲାଗି ସେମାନଙ୍କୁ କାର୍ଯ୍ୟକ୍ରମରୁ ଦୂରରେ ରଖାଯାଇଥିବା ମିଡିଆ ପ୍ରଭାରୀ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.