ଭୁବନେଶ୍ବର୨|୧: କାଳିଆ କେଁ ଥମିନି , ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ମୁଣ୍ଡ ବିନ୍ଧା ଆସିଲାଣି । ଚାଷୀଙ୍କ ପାଇଁ ସମସ୍ତେ ତତ୍ପର ଏକଥା ଦେଖାଇ ହେବାକୁ ଘୋଷଣା ପରେ ଘୋଷଣା ଜାରି ରହିଛି । କେନ୍ଦ୍ର ଓ ରାଜ୍ୟ ପ୍ରତିଯୋଗିତାରେ ମାତିଛନ୍ତି । ଏବେ କିଛି ହିତାଧିକାରୀଙ୍କ କାଳିଆ ଟଙ୍କା ବ୍ୟାଙ୍କ ଦେଉନଥିବା ବେଳେ କେନ୍ଦ୍ରର ୬ ହଜାର ଟଙ୍କା କେଉଁ ଚାଷୀପାଇବେ ଏବଂ ଏହାର ଚିହ୍ନଟ ପାଇଁ କଣ ବ୍ୟବସ୍ଥା ହୋଇଛି ତାକୁ ନେଇ ବି ଚିନ୍ତା ବଢିଲାଣି ।
{"id":81120}କେନ୍ଦ୍ର ବଜେଟରେ ଚାଷୀଙ୍କ ପାଇଁ ଘୋଷଣାକୁ ନେଇ ଲାଗିଛି କେଁ । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ବର୍ଷକୁ ଯେଉଁ ୬ ହଜାର ଟଙ୍କା ମିଳିବ ସେ ଟଙ୍କା କିଭଳି ରାଜ୍ୟର ଚାଷୀଙ୍କ ଖାତାକୁ ଆସିବ ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନି। କାରଣ କେନ୍ଦ୍ର ସରକାର ଏହି ଅର୍ଥ ଦେବାକୁ ଯେହେତୁ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିବେ ତେଣୁ କେନ୍ଦ୍ର –ରାଜ୍ୟ ଛକାପଞ୍ଝା ଭିତରେ ଏହି ଅର୍ଥ ମିଳିବା ବିଳମ୍ବ ହେବନି ତ ।
{"id":81121}ଅର୍ଥମନ୍ତ୍ରୀ ଶଶି ବେହେରା ଏହାକୁ ଗୋଳେଇ ଦେଇଛନ୍ତି । କହିଛନ୍ତି କେନ୍ଦ୍ର ସହ ଆଲୋଚନା କଲାପରେ ଯାହା ନିଷ୍ପତ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗତୁରାପଡି ସଂକେତ ଦେଇଛନ୍ତି ରାଜ୍ୟ ବିଳମ୍ବ କଲେ କେନ୍ଦ୍ର କିନ୍ତୁ ବିକଳ୍ପ ପନ୍ଥା ବାଛି ମାର୍ଚ୍ଚ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଦେବ । କଂଗ୍ରେସ କହିଛି କରଦାତାଙ୍କ ଧନ ନିର୍ବାଚନ ଯୁଆରେ ବାଜି ଲାଗିଛି । ଚାଷୀ ଚିହ୍ନଟ ନହୋଇ କିଭଳି ଟଙ୍କା ମିଳିବ ତାହା ବଡପ୍ରଶ୍ନ ।
{"id":81122}ସେପେଟେ କାଳିଆ ଯୋଜନା ଦ୍ବନ୍ଦ ବି ଥମୁନି ।ଯେଉଁ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଅର୍ଥ ଯାଇଛି ସେମାନଙ୍କ ଭିତରୁ କିଛି ଚାଷୀ ଟଙ୍କା ପାଇ ପାରୁନାହାଁନ୍ତି । ଯେଉଁମାନେ ଆଗରୁ ଋଣନେଇ ଶୁଝିନାହାଁନ୍ତି ବ୍ୟାଙ୍କରେ କାଳିଆ ଟଙ୍କା ପହଞ୍ଚୁ ପହଞ୍ଚୁ ବ୍ୟାଙ୍କ ସେମାନଙ୍କ ଟଙ୍କା ରଖି ଦେଉଛନ୍ତି । ଏହାକୁ ନେଇ ବାଲେଶ୍ବର, ଅନୁଗୁଳ, ନୟାଗଡ ଆଦି ଜିଲ୍ଲାରେ କୃଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଯେମିତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଆଜି ମୁଖ୍ୟଶାସନ ସଚିବ ସବୁ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ।
{"id":81123}ନିର୍ବାଚନ ସତରଞ୍ଜରେ ଚାଷୀ ଏବେ ମୋହରା ପାଲଟିଛନ୍ତି । କିଭଳି ସେମାନଙ୍କ ଭୋଟ ହାତେଇବେ ସେଇ ଗୋଟି ଚାଳନାରେ ସବୁ ରାଜନୈତିକ ଦଳ ।