Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଠଗଡ଼ରେ କୃଷକ ସଶକ୍ତିକରଣ ତାଲିମ କେନ୍ଦ୍ର ପ୍ରତିଷ୍ଠା କଲା ଆଇଏଲଏସ, ଶୁଭାରମ୍ଭ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

28/07/2021 at 8:40 PM

ଆଠଗଡ଼, ୨୮/୦୭: କୃଷିର ବିକାଶ ସହିତ କୃଷକର ଉନ୍ନତିରେ ଦେଶର ଉନ୍ନତି ।  ଏଥିପାଇଁ ସରକାରଙ୍କ ଅନେକ ଯୋଜନା । କିଭଳି କୃଷକ ମାନେ ହେବେ ରୋଜଗାରକ୍ଷମ । ଏଥିପାଇଁ କଟକ ଜିଲ୍ଲା ତିଗିରିଆ ବ୍ଲକରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏକ ପ୍ରୋସେସିଙ୍ଗ୍ ୟୁନିଟ ସହ ଚାଷୀ ମାନଙ୍କର ତାଲିମ୍ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଏଲ୍ଏସର ନିର୍ଦ୍ଦେଶକ ଡଃ ଅଜୟ ପରିଡା , କଟକ ଜିଲ୍ଲାପାଳଙ୍କ ସହ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ  ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି ।

କମ୍ ଖର୍ଚ୍ଚରେ ଚାଷୀମାନେ କିଭଳି ଅଧିକ ରୋଜଗାରକ୍ଷମ ହୋଇପାରିବେ । ଅଣ ଜଳସେଚିତ ଜମିରେ କିଭଳି ଚାଷ କରାଯାଇ ଚାଷୀଙ୍କୁ ସ୍ବାବଲମ୍ବୀ କରାଯାଇପାରିବ ସେଥିପାଇଁ ସରକାରଙ୍କ ପକ୍ଷରୁ କୃଷକ ସଶକ୍ତିକରଣ ତାଲିମ କେନ୍ଦ୍ର ଆଇଏଲଏସ ପକ୍ଷରୁ ତିଗିରିଆ ବ୍ଲକ ତେନ୍ତୁଳିରଗଡି ଠାରେ କରାଯାଇଛି। ଏହି ତାଲିମ୍ କେନ୍ଦ୍ରରେ ନୂଆ କୌଶଳ ବିଜ୍ଞାନ ପଦ୍ଧତିରେ ଆରୋମ ମିଶନ ଦ୍ବାରା ବିଭିନ୍ନ ଓୌଷଧୀୟ ତେଲ ପକ୍ରିୟାକରଣର ଟ୍ରେନିଂ ଦିଆଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ଏହା ଦ୍ବାରା ଆଠଗଡ ତଥା ଆଖପାଖ ଅଞ୍ଚଳର ବିକାଶ ହୋଇପାରିବ ।  ଅଞ୍ଚଳର ଚାଷୀ କମ୍ ଖର୍ଚ୍ଚରେ ଅଧିକ ଲାଭ ଦେଉଥିବା ଲେମନ ଗ୍ରାସ ଚାଷ କରିପାରିବ ବୋଲି ମନ୍ତ୍ରୀ କହିଥିବା ବେଳେ ଏହି ତାଲିମ କେନ୍ଦ୍ରରେ ବିଭିନ୍ନ ଗ୍ରାସରୁ ଓୌଷଧୀୟ ତୈଳ ପ୍ରସ୍ତୁତି କରାଯିବା ଦ୍ବାରା ଚାଷୀଙ୍କ ସହ ସ୍ବୟଂସହାୟକ ଗୋଷ୍ଠୀ ମଧ୍ୟ ଏହି ପକ୍ରିୟାରେ ରୋଜଗାରକ୍ଷମ ହୋଇପାରିବେ ।

ପ୍ରଥମେ ଏହି ଅଞ୍ଚଳରେ ଲେମନ ଗ୍ରାସ ଚାଷ କରାଯାଇ ଅଣଜଳସେଚିତ ଜମିରେ ଚାଷୀ ମାନେ କିଭଳି ରୋଜଗାର କରି ପାରିବେ ତେବେ ଏହି ସରକାରୀ ତାଲିମ  କେନ୍ଦ୍ର କେତେଦୂର ସଫଳ ହୋଇପାରିବ ତାହାକୁ ହିଁ ଅପେକ୍ଷା ।

   Related Posts