Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଟ୍ରାକ୍ଚର ରାଲି : ସିଙ୍ଘୁ ଓ ଟିକରୀ ସୀମାରେ ବ୍ୟାରିକେଡ୍ ଭାଙ୍ଗିଲେ କୃଷକ

26/01/2021 at 9:50 AM

ନୂଆଦିଲ୍ଲୀ, ୨୬/୦୧:  କୃଷି ଆଇନକୁ ବିରୋଧ କରି ଅନ୍ନଦାତାମାନେ ଆନ୍ଦୋଳନ କରୁଛନ୍ତି । ଏହାମଧ୍ୟରେ ମଙ୍ଗଳବାର କୃଷକମାନେ ଟ୍ରାକ୍ଟର ରାଲି ବାହାର କରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦିଲ୍ଲୀ ସୀମାରେ ୬୦ ହଜାରରୁ ଅଧିକ ଟ୍ରାକ୍ଟର ଓ ଲକ୍ଷାଧିକ କୃଷକ ଉପସ୍ଥିତ ରହିଥିଲେ । କିଛି କୃଷକ ସିଙ୍ଘୁ ସୀମା ଅଭିମୁଖେ ଯାତ୍ରା ଆରମ୍ଭ କରିବା ସହ ବ୍ୟାରିକେଡ୍ ଭାଙ୍ଗିଥିବା ଦେଖିବାକୁ ମିଳିଛି ।

କୃଷି ଆଇନ ବିରୋଧରେ ଅନ୍ନଦାତାମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଗଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଚର ରାଲି କରି ସରକାରଙ୍କୁ ନିଜର ଦମ୍ ଦେଖାଇବାକୁ ଚାହୁଁଛନ୍ତି । କୃଷକଙ୍କ ଏହି ଟ୍ରାକ୍ଟର ରାଲି ପାଇଁ କେଏମପି-କେଜିପି ରାସ୍ତାରେ ପ୍ରାୟ ୨୫ରୁ ୩୦ କିମି ଯାଏଁ ଟ୍ରାଫିକ ସମସ୍ୟା ଉପୁଜିଛି । ଶତାଧିକ ଗାଡିମଟର ଅଟକି ରହିଛି ।

ଟ୍ରାକ୍ଟର ରାଲି ପାଇଁ ଦିଲ୍ଲୀ ପୋଲିସ ସିଙ୍ଘୁ ସୀମାକୁ ଖୋଲି ଦେଇଛି । ଏହାପରେ କୃଷକମାନେ ରାଲି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ସକାଳ ୧୦ଟାରେ ଟ୍ରାକ୍ଚର ରାଲି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହାମଧ୍ୟରେ ଟିକରୀ ସୀମାରେ ମଧ୍ୟ କୃଷକମାନେ ବାରିକେଡ୍ ଭାଙ୍ଗିଥିବା ଦେଖିବାକୁ ମିଳିଛି ।

ଏସବୁ ଭିତରେ ଟ୍ରାକ୍ଟର ରାଲି ସମୟରେ ହିଂସା ସୃଷ୍ଟି ହେବା ନେଇ ଦିଲ୍ଲୀ ପୋଲିସ କରିଥିବା ଆଶଙ୍କା ଅଧିକ ଘନିଭୂତ ହେବାରେ ଲାଗିଛି । ପାଖାପାଖି ୨ ଲକ୍ଷ ଟ୍ରାକ୍ଟର ଶୋଭାଯାତ୍ରାରେ ସାମିଲ ହେବେ ବୋଲି କୃଷକ ସଙ୍ଗଠନ କହିଛି । ପଞ୍ଜାବ, ହରିଆଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଆଦି ରାଜ୍ୟର ଚାଷୀମାନେ ‌ରାଲିରେ ସାମିଲ ହେବେ ବୋଲି ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୋଲିସ ସମେତ ସିଆର୍‌ପିଏଫ୍‌ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।

   Related Posts