ଦିଲ୍ଲୀରେ ସ୍ଥିତି ଅସମ୍ଭାଳ : ଲାଲ କିଲ୍ଲା ଉପରକୁ ଚଢିଗଲେ ଉତ୍ତ୍ୟକ୍ତ ଚାଷୀ, ପୋଲିସ ସହ ଧସ୍ତାଧସ୍ତି ବେଳେ ଟ୍ରାକ୍ଟର ଓଲଟି ଜଣେ ଚାଷୀ ମୃତ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬/୧ : ଦିଲ୍ଲୀରେ ଟ୍ରାକ୍ଟର ମାର୍ଚ୍ଚ ବେଳେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ପୋଲିସ ଏବଂ ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଧସ୍ତଧସ୍ତି ଜାରୀ ରହିଛି । ଅନୁମତି ନଥିବା ସ୍ଥାନମାନଙ୍କରେ ବଳପୂର୍ବକ ଧସେଇପଶିଛନ୍ତି ଚାଷୀ । କଡା ସୁରକ୍ଷା ବଳୟରେ ଥିବା ଲାଲକିଲ୍ଲାକୁ ମଧ୍ୟ ଛାଡି ନାହାନ୍ତି ଚାଷୀ । ଉତ୍ତ୍ୟକ୍ତ ଚାଷୀମାନେ ଲାଲକିଲ୍ଲା ମଧ୍ୟକୁ ଧସେଇପଶିଛନ୍ତି । ପ୍ରଦର୍ଶନକାରୀ ଚାଷୀମାନେ ଲାଲକିଲ୍ଲା ଉପରକୁ ମଧ୍ୟ ଚଢିଯାଇଛନ୍ତି । ଚାଷୀମାନେ ବିଭିନ୍ନ ସଂଗଠନର ପତାକା ଧରି ଲାଲକିଲ୍ଲା ଉପରକୁ ଚଢିଯିବା ସହିତ ବିଭିନ୍ନ ନାରା ଦେଇଥିଲେ । ଏବେ ମଧ୍ୟ ଅନେକ ସ୍ଥାନରେ ହିଂସା ଜାରି ରହିଛି । ଚାଷୀମାନଙ୍କୁ ଅଟକାଇବା ପାଇଁ ନୟାନ୍ତ ହୋଉଗଲାଣି ପୋଲିସ ।  

wp:embed {"url":"https://twitter.com/ANI/status/1353984535084470272","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1353984535084470272
/wp:embed

 ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତି ଦେବା ପରେ ଏବେ କିନ୍ତୁ ତାର ଓଲଟା ଦେଖିବାକୁ ମିଳୁଛି । ଅନୁମତି ନଥାଇ ବିଭିନ୍ନ ସ୍ଥାନରେ ଚାଷୀମାନେ ଉଗ୍ର ପ୍ରଦର୍ଶନ କରୁଛନ୍ତି । ତେବେ ଏହାରି ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ପୋଲିସ ସହ ଧସ୍ତାଧସ୍ତି ବେଳେ ଜଣେ ଚାଷୀଙ୍କର ଟ୍ରାକ୍ଟର ଓଲଟିଯିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି ।

ଗଣତନ୍ତ୍ର ଦିବସରେ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଥିବା ଚାଷୀମାନେ ଦିଲ୍ଲୀ ରାଜପଥରେ ହଙ୍ଗାମା କରିଛନ୍ତି । ଚାଷୀଙ୍କୁ ରୋକିବା ପାଇଁ ପୋଲିସ ନୟାନ୍ତ ହୋଇସାରିଲାଣି । ଚାଷୀ ସଂଗଠନମାନଙ୍କୁ ଅନେକ ସର୍ତ୍ତ ସହିତ ଆନ୍ଦୋଳନ କରିବା ପାଇଁ ଅନୁମତି ଦେଇଥିଲା ଦିଲ୍ଲୀ ପୋଲିସ । କିନ୍ତୁ ଟ୍ରାକ୍ଟର ମାର୍ଚ୍ଚ ବେଳେ ଏହାର ଠିକ୍‌ ଓଲଟା ଦେଖିବାକୁ ମିଳିଛି । ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ଅନୁପ୍ରବେଶ କରିଛନ୍ତି । ପୋଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଛନ୍ତି ଚାଷୀ ।

wp:embed {"url":"https://twitter.com/ANI/status/1353984535084470272","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1353984535084470272
/wp:embed

ଚାଷୀଙ୍କ ଉଗ୍ର ପ୍ରଦର୍ଶନକୁ ଦେଖି କଂଗ୍ରେସ ନେତା ରାହୁଲ ଗାନ୍ଧି, କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କୁ ଅପିଲ କରିଛନ୍ତି । ଟ୍ବିଟ୍ କରି ରାହୁଲ ଗାନ୍ଧି କହିଛନ୍ତି, ‘ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ । ଧସ୍ତାଧସ୍ତି ମଧ୍ୟରେ ଯେଉଁମାନେ ବି ଆହତ ହୁଅନ୍ତୁ, ଆମ ଦେଶର ହିଁ କ୍ଷତି ହେଉଛି । ଦେଶର ହିତ ପାଇଁ କୃଷି ବିରୋଧି ଆଇନ ପ୍ରତ୍ୟାହାର କରନ୍ତୁ’ ।

wp:embed {"url":"https://twitter.com/RahulGandhi/status/1353984223628185602","type":"rich","providerNameSlug":"twitter","responsive":true,"className":""}
https://twitter.com/RahulGandhi/status/1353984223628185602
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.