Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଧାନଚାଷ ନଷ୍ଟ କଲେଣି ରୋଗପୋକ, କାମ କରୁନି କୀଟନାଶକ

10/11/2021 at 1:49 PM

ଭଦ୍ରକ ୧୦।୧୧ : ଧାନ ଚାଷରେ ଦାଉ ସାଜିଛି ରୋଗ ଓ ରୋଗପୋକ । ଅମଳ ସମୟ ଯେତିକି ପାଖଉ ଆସୁଛି , ରୋଗ ସେତିକି ପରିମାଣରେ ମାଡିଆସୁଛି । କୀଟନାଶକ ଏବଂ ଔଷଧ ମଧ୍ୟ କାମ କରୁନାହିଁ । ଚିନ୍ତାରେ ଏବେ ଚାଷୀ । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଦେଖିବାକୁ ଲାଗିଛି ଏପରି ଘଟଣା ।

ଖବର ଅନୁଯାୟୀ, ଏବେ ଧାନ ଅମଳର ସମୟ। ମୌସୁମୀ ଡେରିରେ ଆସିବାରୁ ଚାଷ ମଧ୍ୟ ଡେରି ହୋଇଛି । ଧାନ ବିଲରେ ଧାନର ଥୋଡ଼ ବାହାରି ନଥିବା ବେଳେ ଗୁଣ୍ଡି ପୋକ, ଜଉ ପୋକ ସହ ପତ୍ରପୋଡ଼ା ରୋଗ ଏବେ ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ପରିସ୍ଥିତି ଆଣିଛି । ବିଲରେ ଧାନ କେଣ୍ଡାର ଉଚ୍ଚତା ମଧ୍ୟ କମିଯାଉଛି। ଧାନଗଛର ପତ୍ରପୋଡି ହଳଦିଆ ଦେଖାଯାଉଛି । କେତେକ ସ୍ଥାନରେ ଧାନ କେଣ୍ଡା ବି ଛିଡ଼ି ଯାଉଛି । ଏଭଳି ସମୟରେ ସମସ୍ତ ପ୍ରକାର କୀଟନାଶକ ଏବଂ ଔଷଧର ବ୍ୟବହାର କରିସାରିଲେଣି ଚାଷୀ । କିନ୍ତୁ ଧାନ ବିଲରୁ ରୋଗ କମୁନାହିଁ । କୀଟନାଶକ ଦ୍ୱାରା ପୋକ କମୁନାହାନ୍ତି । କୃଷକ ଏଭଳି ପରିସ୍ଥିତିରେ ଭଲ ଅମଳର ଆଶା ଛାଡି ଦେଇଛନ୍ତି ।

ଧାନଚାଷର ଏଭଳି ଖରାପ ସ୍ଥିତି ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କର ଏକ ଟିମ୍‌ ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଧାନ ବିଲରେ ରୋଗପୋକ ଓ ରୋଗକୁ ନେଇ ସମୀକ୍ଷା ପରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କୁ ଜଣାଇଛନ୍ତି । କୃଷି ଅଧିକାରୀ କହିଛନ୍ତି ‘‘ଧାନ ଚାଷରେ ରୋଗହେବା ଓ ପୋକ ଲାଗିବା ଦୁଇଟି ଅଲଗା କଥା। ରୋଗ ହେଲେ ଔଷଧ ପକାଇବା କଥା ଓ ପୋକ ହେଲେ ବିଷର ଆବଶ୍ୟକତା ରହିଛି। କିନ୍ତୁ ଅନେକ ଚାଷୀ ଉପଯୁକ୍ତ ଭାବେ ଔଷଧ ପକାଉନାହାନ୍ତି । କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୃଷି କାର୍ଯ୍ୟାଳୟ ସହ ଆଲୋଚନା କରି ବିଷ ପ୍ରୟୋଗ କରିବା କଥା’’। ସେହିପରି କୃଷି ବିଭାଗ କହିଛି ଯେ, ବଜାରରେ ବିକ୍ରି ହେଉଥିବା କୀଟନାଶକ କିମ୍ବା ଔଷଧ ବ୍ୟବହାର ନକରି କୃଷି ବିଭାଗର ଉପଯୁକ୍ତ ପରାମର୍ଶ ପରେ ଔଷଧ ବ୍ୟବହାର କରନ୍ତୁ ।

   Related Posts