କଳାହାଣ୍ଡି ୧୭।୧୧ : କଳାହାଣ୍ଡିରେ ନଭେମ୍ବର ୧ରୁ ମଣ୍ଡି ଖୋଲିବା ନେଇ ସରକାର ଘୋଷଣା କରିଥିଲେ ବି ଏଯାଏଁ ମଣ୍ଡି ଖୋଲା ଯାଇନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
{"id":185488,"sizeSlug":"large"}ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ପ୍ରଥମ ସପ୍ତାହରୁ ଧାନ ଅମଳ ଆରମ୍ଭ ହୋଇସାରିଲାଣୀ । ସରକାର ମଧ୍ୟ ନଭେମ୍ବର ପହିଲାରୁ ଜିଲ୍ଲାରେ ମଣ୍ଡି ଆରମ୍ଭ ପାଇଁ ଘୋଷଣା କରିଥିଲେ , ହେଲେ ମିଲର ଓ ଯୋଗାଣ ବିଭାଗ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ମଣ୍ଡି ଖୋଲିନାହିଁ । ଏପରିକି ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ମଣ୍ଡି ଆରମ୍ଭ ସନ୍ଦେହ ଉପୁଜିଛି । ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଅଭାବୀ ବିକ୍ରୀ ପାଇଁ ବାଧ୍ୟ ହେଉଛନ୍ତି । ସରକାର ଧାର୍ଯ୍ୟ କ୍ବିଣ୍ଟାଲ ପିଛା ୧୮ ଶହ ୧୫ଟଙ୍କା ରହିଥିବା ବେଳେ ଦଲାଲକୁ ୧୧ରୁ ୧୨ ଶହ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।