ବାତ୍ୟା ଚାଲିଯାଇଛି କିନ୍ତୁ ଦେଇଯାଇଛି କଷ୍ଟ , ଚିନ୍ତାରେ ରବିଫସଲ ଚାଷୀ

Published By : Prameya-News7 Bureau | May 22, 2020 IST

ମହାକାଳପଡା ୨୨।୦୫: ବାତ୍ୟା ଅମ୍ପାନ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର ତଟବର୍ତୀ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭାଙ୍ଗିଛି ଗଛ ଓ ଚାଳ ଘର , ଉଡି ଯାଇଛି ଆଜବେଷ୍ଟ ,ଉପଡି ପଡିଛି ବିଦ୍ୟୁତ ଖୁଣ୍ଟ , ଛିଣ୍ଡିଛି ବିଦ୍ୟୁତ ତାର , ବାତ୍ୟା ପରେ ବଢିଛି ଦୁର୍ଦ୍ଧଶା । ବାତ୍ୟା ଛାଡିଯାଇଛି ସତ କିନ୍ତୁ  ଚାଷିଙ୍କୁ ଦେଇଯାଇଛି କଷ୍ଟ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଂଚଳର ଚାଷ ଜମିର ଦୃଶ୍ୟ ।   ବାତ୍ୟା ପ୍ରଭାବରେ ପ୍ରଭାବିତ ହୋଇଛି ରବି ଫସଲ ଚାଷି ।

{"id":274099,"sizeSlug":"large"}

ପ୍ରଥମେ କରୋନା କୋପ , ପୁଣି ଅମ୍ପାନୀ ମାଡରେ ଚାଷି ଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ହରାଇଛନ୍ତି ସେମାନଙ୍କ ଜୀବିକା । ଭେଣ୍ଡି ,ବାଇଗଣ, ଲଙ୍କା ,କନ୍ଦମୂଳ , କାକୁଡି, ଚାଷ କରି ଜୀବିକା ଅର୍ଜନ କରୁଥିବା ଚାଷି ଙ୍କ ଚାଷ ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି  । ଗଛ ମୂଳ ପଚି ଗଲାଣି ଗଛ କଳା ପଡି ଯାଇଛି । ଧାର କରଜ କରି ଚାଷ କରୁଥିବା ଚାଷିଙ୍କ ମୁଣ୍ଡରେ ଚଡକ ପଡିଛି । କିପରି ପରିବାର ପ୍ରତିପୋଷଣ କରିବେ ସେ ଚିନ୍ତାରେ ଚାଷି କୂଳ । 

{"id":274100,"sizeSlug":"large"}

ଚଳିତ ବର୍ଷରେ ରବି ଫସଲ ଚାଷି ବାରମ୍ବାର ପ୍ରକୃତି ମାଡରେ କ୍ଷୟକ୍ଷତି ସହିବାକୁ ପଡିଛି । ଦେଶରେ ଲକ ଡାଉନ ବ୍ୟବସ୍ଥା ତାପରେ ଅଦିନିଆ ବର୍ଷା । ପୁଣି ଆମ୍ପାନୀ ପରି ବାତ୍ୟାରେ ହରାଇଛନ୍ତି ଜୀବିକା ।  ଉଜୁଡା ଫସଲକୁ ସଜାଡିବାରେ ଲାଗିଛନ୍ତି । ଚାଷି ହାତରେ କୋଦାଳ ଧରି ଚାଷ ଜମିରୁ ପାଣି ନିଷ୍କାସନ ପାଇଁ କାମ କରୁଛି ପୁଣି ହାତ ସେଣା ,ପାଣି କଳ ଲଗାଇ ଚାଷ ଜମିରୁ ପାଣି ନିଷ୍କାସନ କରୁଛନ୍ତି ।

{"id":274101,"sizeSlug":"large"}

ବାତ୍ୟା ମାଡରେ ଶୁଖିଯାଇଥିବା ଫସଲ ଅମଳ କରିବାରେ ଲାଗି ପଡିଛନ୍ତି । ଏଭଳି ସ୍ଥିତିରେ ଗଛ ବଂଚିବାର ଆଶା କମ୍‌ କିନ୍ତୁ ମନ ବୁଝୁନି । ଚଷା  ତାର ଉଦ୍ୟମ ଜାରି ରଖି ଗଛକୁ ବଂଚାଇ ଖାଦ୍ୟ ଶସ୍ୟ ଅମଳ କରି ଦୁନିଆକୁ ଆହାର ଯୋଗାଇବା ପାଇଁ । କିନ୍ତୁ ଆଶା ଆଶଙ୍କାରେ ଚାଷି , କିଏ ଏତେ କ୍ଷୟକ୍ଷତିର ଭରଣା କରିବ ।ଚିନ୍ତାରେ ଚାଷି, ଭରସା ସରକାର ,ବିଭାଗିୟ ଅଧିକାରି କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରି ସରକାରି  ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ଚାଷି କୂଳ ।

{"id":274102,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.