କଳାହାଣ୍ଡିରେ ପୁଣି ଚାଷୀର ଆତ୍ମହତ୍ୟା ଉଦ୍ୟମ ; ଫସଲ ନଷ୍ଟ ହୋଇଯିବାରୁ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

Published By : Prameya-News7 Bureau | November 10, 2018 IST

କଳାହାଣ୍ଡି ୧୦|୧୧: ପୁଣି ଚାଷୀର ଆତ୍ମହତ୍ୟା ଉଦ୍ୟମ । କଳାହାଣ୍ଡି ପାଇକ କେନ୍ଦୁମୁଣ୍ଡି ପଞ୍ଚାୟତ ନାଗୁପଡା ଗାଁର ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ନାଗୁପଡା ଗାଁର ୬୩ ବର୍ଷିଆ କୃପା ନାଏକ ଧାର କରଜ କରି ଚାରି ଏକର ଜମିରେ ଚାଷ କରିଥିଲେ । ଫସଲ ନଷ୍ଟ ହେ।ଇଯିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜୟପାଟଣା ହସପିଟାଲ ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.