Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଶୂନ୍ୟ କାଳରେ ଉଠିଲା ମରୁଡି ପ୍ରସଙ୍ଗ, ବଲାଙ୍ଗିର ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ଦାବିକଲା କଂଗ୍ରେସ

19/07/2019 at 2:39 PM

ଭୁବନେଶ୍ବର ୧୯|୭:  ଶୂନ୍ୟ କାଳରେ ଗୃହରେ ଉଠିଲା ମରୁଡି ପ୍ରସଙ୍ଗ । ୫ଟି ଜିଲ୍ଲାରେ ଜୁନ୍ ୧ରୁ ଜୁଲାଇ ୩ ମଧ୍ୟରେ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି । ବର୍ଷା ଅଭାବରୁ ଚାଷ ଉଜୁଡିଗଲାଣି । ବଲାଙ୍ଗିର ଜିଲ୍ଲାରେ ମରୁଡି ସ୍ଥିତି ଦେଖାଗଲାଣି । ତେଣୁ ବଲାଙ୍ଗିର ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର । ତେବେ ମରୁଡି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

 ଏହା ସହିତ ବୋଲାଙ୍ଗୀର ଚାଷୀ ଭକ୍ତ ବନ୍ଧୁ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଭକ୍ତ ବନ୍ଧୁଙ୍କୁ କାଳିଆ ଟଙ୍କା ମିଳିନି କି ଫସଲ ବୀମା ଟଙ୍କା ପାଇଁ ନାହାନ୍ତି।  ଯେଉଁଥିପାଇଁ ଭକ୍ତ ବନ୍ଧୁ ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି। କେବଳ ଦଳୀୟ କର୍ମୀଙ୍କୁ କାଳିଆ ଟଙ୍କା ଦିଆଯାଉଥିବା ସନ୍ତୋଷ ସିଂ ସାଲୁଜା  ଅଭିଯୋଗ କରିଛନ୍ତି ।

   Related Posts