ଋଣ ଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା !

Published By : Prameya-News7 Bureau | December 10, 2019 IST

ସୋର ୧୦।୧୨: ବାଲେଶ୍ବର ଜଲ୍ଲା ସୋର ବ୍ଲକ ପାଖର  ପଂଚାୟତ  ଜଣେ ଚାଷୀ ଅତ୍ୟଧିକ ଋଣଭାର ସହିନପାରି ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବଳରାମପୁର ଗ୍ରାମର ନିରଞ୍ଜନ ଶତପଥୀ । ବିଭିନ୍ନ ବ୍ୟାଙ୍କ ଓ ଘରୋଇ ସଂସ୍ଥାରୁ ଋଣ କରି ନିଜର ଓ ୨୨ ଏକର ଜମି ଧାନ ଚାଷ କରିଥିଲେ । ଗତ ବୁଲବୁଲ ବାତ୍ୟାରେ ତାଙ୍କର ସମ୍ପୂର୍ଣ୍ଣ ଚାଷ ନଷ୍ଟ ହୋଇଯାଇଥିଲା ସେହିଦିନଠାରୁ ମାନସିକ ଚିନ୍ତାରେ ରହୁଥିଲେ । ସେ ଆଜି ଭୋର ୪ଟାରେ ତାଙ୍କ ବିଲକୁ ଲାଗିଥିବା ଏକ ଆମ୍ବ ଗଛରେ ଦୌଡି ଦେଇ ଆତ୍ମହତ୍ୟା କରିଥିଲେ । ସ୍ଥାନୀୟ ଲୋକ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସୋର ଥାନା ଅଧିକାରୀ କ୍ଷମାସାଗର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.